• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରମ୍ଭ ହେଲା କି ଯୁଦ୍ଧ ? ରୁଷ୍‌ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିବା ଦେଖାଦେଇଛି । ତେଣୁ ୟୁକ୍ରେନ୍‌ରେ ଏବେ ସାଂଘାତିକ ସ୍ଥିତି ଉପୁଜିଛି । ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି । ଆମେରିକା ଭିତ୍ତିକ ବିଏନଓ ନ୍ୟୁଜ ଜାରି କରିଥିବା ଭିଡିଓରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖାରକିଭ୍‌ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।

ଅନ୍ୟପକ୍ଷରେ ରୁଷର ବେଲଗୋରୋଡରେ ସିରିଜ୍‌ ବିସ୍ଫୋରଣ ହୋଇଥିବା ଖବର ରୟଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସିରିଜ୍ ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ହେଲେ ନିର୍ଦ୍ଦିଷ୍ଟ ଭାବେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି । ସେପଟେ ଅନ୍ତର୍ଜାତୀୟ ବଜାରରେ ବଢ଼ିଲା ଅଶୋଧିତ ତୈଳ ଦର । ୟୁକ୍ରେନ ସଙ୍କଟ ପରେ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ।

ଏହି ପରିପ୍ରେକ୍ଷିରେ ୟୁକ୍ରେନ-ରୁଷିଆ ବିବାଦକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ । UNSCରେ ଭାରତୀୟ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି ଏନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସମାଧାନ ହେବା ଜରୁରୀ । ତୁରନ୍ତ ପଦକ୍ଷେପ ନିଆ ନଗଲେ ସୁରକ୍ଷା ବିପନ୍ନ ହୋଇପାରେ ବୋଲି ସେ କହିଛନ୍ତି । 

ତେବେ ଏହା ପୂର୍ବରୁ ଜାତିସଂଘ ସାଧାରଣ ପରିଷଦରେ ଜୋରଦାର ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଶାନ୍ତି ସପକ୍ଷରେ ମତ ରଖିଥିଲେ ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ । ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖିଥିଲେ ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍‌ । ୟୁରୋପରେ ହେବାକୁ ଥିବା ବିଭୀଷିକାକୁ ବର୍ତ୍ତମାନର ମୁକ୍ତ ବିଶ୍ୱ ମିଳିମିଶି ଦୂରେଇ ଦେବା ଦରକାର ।

୪୦ ନିୟୁତ ୟୁକ୍ରେନ୍‌ବାସୀ ଶାନ୍ତି ଓ ମୈତ୍ରୀ ଚାହୁଁଥିବା ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା କହିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ ୟୁରୋପରେ ସେମାନେ ହିଁ ସବୁଠୁ ନିରାପତ୍ତା ସଙ୍କଟ ମଧ୍ୟରେ ଥିବା କହିଥିଲେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ । ରୁଷର ମନମାନି ପାଇଁ ଏବେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ୟୁକ୍ରେନ ଉପରେ ରୁଷିଆ କରୁଥିବା ଦାବି ଭିତ୍ତିହୀନ ବୋଲି ସେ କହିଥିଲେ । ୟୁକ୍ରେନ୍ କେବେ ବି କାହା ଉପରେ ଆକ୍ରମଣ କରିବା କଥା କହିନାହିଁ । କିମ୍ବା ସାମରିକ ପଦକ୍ଷେପ ନେବାକୁ କୌଣସି ଯୋଜନା ମଧ୍ୟ କରିନି । ସେହିଭଳି ଉସୁକାଇବା କିମ୍ବା ଷଡ଼ଯନ୍ତ୍ର ଭଳି କୌଣସି କାର୍ଯ୍ୟ ୟୁକ୍ରେନ୍ କରି ନାହିଁ ବୋଲି ଜାତିସଂଘ ସାଧାରଣ ପରିଷଦରେ ନିଜ ପକ୍ଷ ରଖିଥିଲା ୟୁକ୍ରେନ୍ ।