• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷିଆ ଉପରେ ଭାରି ପଡ଼ିବ କି ୟୁକ୍ରେନ୍‌ । ଯୁଦ୍ଧ ଆରମ୍ଭରୁ ଋଷିଆକୁ ବଡ଼ ଝଟ୍‌କା ଦେଲା ୟୁକ୍ରେନ୍‌ । ଋଷିଆର ୫ ଲଢ଼ୁଆ ବିମାନକୁ ମାରି ଖସାଇଲା ୟୁକ୍ରେନ୍‌ ସେନା । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି ।

ତେବେ ଏହାରି ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦମିର୍ ଜେଲେସ୍କି ରୁଷ ଭାଷାରେ ସମ୍ବୋଧନ କରିଛନ୍ତି । ସେ ଭାବ ବିହ୍ୱଳ କଣ୍ଠରେ ଭାଷଣ ଦେଇ କହିଛନ୍ତି ଯେ, ‘ୟୁକ୍ରେନ୍‌ର ଲୋକ ଓ ସରକାର ଶାନ୍ତି ଚାହାନ୍ତି । ସେ ଯୁଦ୍ଧରୁ ବିରତ ରହିବାକୁ ଚାହାନ୍ତି । କିନ୍ତୁ ଏହାବାଦ୍‌ ଯଦି ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯାଉଛି କିମ୍ବା ଆମ ଦେଶକୁ ଛଡ଼ାଇ ନେବାକୁ ଚେଷ୍ଟା କରାଯାଉଛି ତେବେ ଆମେ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ତିଳେ ହେଲେ ପଛକୁ ଘୁଞ୍ଚିବୁ ନାହିଁ । ଆମେ ବି ଦେଶକୁ ସୁରକ୍ଷା ଦେବା ପାଇଁ ଯାହା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ । ଆମ ଉପରେ ଆକ୍ରମଣ କଲେ ଆମେ ଛାତି ଦେଖାଇବୁ ପିଟି ନୁହେଁ ।’

ତେବେ ପ୍ରଥମେ ରୂଷ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହାପରେ ୟୁକ୍ରେନର ୧୧ ରୁ ଅଧିକ ସହର ଉପରେ ରୁଷ ମିସାଇଲ୍ ବର୍ଷା କରିଥିଲା । ଯାହାଫଳରେ ଅଧିକାଂଶ ସହର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି । ଆକାଶମାର୍ଗରୁ ମଧ୍ୟ ହମଲା କରାଯାଉଛି । ଏବେ ରୁଷ ସେନା ଦାବି କରିଛି ଯେ, ୟୁକ୍ରେନର ଅନେକ ସେନା ଆଡ୍ଡା ଓ ଏୟାରବେସ୍ ଉପରକୁ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି । ତେବେ ଏହାବାଦ୍‌ ୟୁକ୍ରେନ କହିଛି, ଆମେ ହାର୍ ମାନିବୁ ନାହିଁ ।

ରୁଷିଆର ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆତ୍ମ ବିଶ୍ୱାସର ସହ କହିଛନ୍ତି, ୟୁକ୍ରେନ ଆତ୍ମରକ୍ଷା କରିବା ସହ ୟୁଦ୍ଧରେ ବିଜୟୀ ହେବ । ଯୁଦ୍ଧ ଘୋଷଣା ରୁଷିଆର ବିସ୍ତାରବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ବୋଲି ୟୁକ୍ରେନ୍‌ କହିଛି ।