ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ରଥ, ତ୍ରିପୁରାର ଉନ୍ନାକୋଟିରେ ଏହି ଅଘଟଣ ଘଟିଛି ।
ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
କାଳ ହେଲା ଡ୍ରାଇଭର୍ର ମନମାନୀ । ମନା କରିବା ସତ୍ତ୍ୱେ ନିର୍ମାଣାଧୀନ ବ୍ରିଜ ଉପରେ ଗାଡ଼ି ଚଳାଇବା ପରେ...
ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।
ସ୍ଥାନୀୟ ଲୋକଙ୍କ ଦ୍ୱାରା ରାଜମୁଣ୍ଡା-ପାଣିକୋଇଲି NH ଅବରୋଧ କରାଯାଇଛି ।
ସେପ୍ଟେମ୍ବରରୁ ଅଟୋ, ବାଇକ ଛଡ଼ା ସବୁ ଗାଡିରେ ଲାଗିବ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ।
ଗୁରୁତର ଅବସ୍ଥାର ମେଡିକାଲ୍ରେ ଭର୍ତ୍ତି କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି
ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।
ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଟ୍ୟାଙ୍କର-କାର୍ ମଧ୍ୟରେ ଧକ୍କା ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି
ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ
ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ
କାଲି ଯେଉଁ ଶୁଭ ବେଦୀ ବର-କନିଆଁଙ୍କୁ ଦାଂପତ୍ୟ ଜୀବନର ନୂଆ ରଜ୍ଜୁରେ ବାନ୍ଧିଥିଲା ଆଜି ସେଇ ବେଦୀ ପାଖେ ବନ୍ଧା ଚାଲିଛି ଆତ୍ମିୟଙ୍କୁ ଅଲଗା କରିବାର କୋକେଇ । ଝିଅ ବାହାଘରକୁ ନେଇ କାଲି ଯେଉଁ ଘର ଆଗରେ ସରାଗର ସମ୍ଭାର ଥିଲା, ଆଜି ସେଠି ଛାଇ ଯାଇଛି ଅସରନ୍ତି ଲୁହ ଓ କୋହ ସାଙ୍ଗକୁ ପ୍ରଚଣ୍ଡ ନୀରବତା । ଗତକାଲି ରାତିରେ ମର୍ମନ୍ତୁଦ ଦିଗପହଣ୍ଡି ବସ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଗାଁ ଗଂଜାମ ଖଣ୍ଡଦେଉଳି ଯେମିତି ଆଜି ଅବାକ୍, ଆଚମ୍ବିତ।
ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି
ଲୁହରେ ଭିଜିଲା ଖଣ୍ଡଦେଉଳି ଗାଁ, ଏକାଠି ଜଳିଲା ୩ ଜୁଇ । ଅକସ୍ମାତ୍ ଅଫେରା ରାଇଜର ପଥିକ ହୋଇଗଲେ ୧୧ ଆତ୍ମିୟ ।
ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ ।
ହସଖୁସିର ସଂସାରକୁ ସତେ ଯେମିତ କାହାର ନଜର ଲାଗିଗଲା । ଭଉଣୀ ବିବାହ ସାରି ଘରକୁ ଫେରୁଥିବା ବେଳେ ଚାଲିଗଲା ସାନ ଭଉଣୀ ।
ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁଙ୍କ ସୂଚନା, ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା’
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଘୋଷଣା ହୋଇଛି ।
ଦୁର୍ଘଟଣାରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ସମ୍ପର୍କୀୟଙ୍କ ମୃତ୍ୟୁ । ଖଣ୍ଡଦେଉଳି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଅଳ୍ପକେ ବର୍ତ୍ତିଛନ୍ତି ବସର ଡ୍ରାଇଭର୍ । କହିଲେ, ସିଏ ଖୁବ୍ ଜୋରରେ ଆଣି ଲେଫ୍ଟରୁ ପିଟିଲା ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି ।
ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।
ଗୁଡ଼ାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।
ଲୁପ୍ ଲାଇନରେ ଛିଡା ହୋଇଥିବା ମାଲ୍ବାହୀ ଗାଡ଼ିକୁ ଆଉ ଏକ ମାଲ୍ବାହୀ ଗାଡ଼ି ଧକ୍କା ଦେଇଛି। ବାଙ୍କୁଡ଼ା ଓଣ୍ଡାଗ୍ରାମ୍ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଛି।
ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।