• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଞ୍ଜାମ ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା ହୋଇଛି । ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ୍‌ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ୍‌ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବ୍ରହ୍ମପୁର ଏସପି, ତହସିଲଦାର ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ଆହତଙ୍କୁ ଘଟଣାସ୍ଥଳରୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଛି ।

ସେପଟେ ହୋଇଥିବା ଏହି ଦୁର୍ଘଟଣାକୁ ନେଇ SRCଙ୍କ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଟ୍ୱିଟ୍‌ରେ ଗଂଜାମ ଜିଲ୍ଲା ଖେମୁଣ୍ଡି କଲେଜ ନିକଟରେ ହୋଇଥିବା ବସ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନା ରହିଛି । ତାହାସହ ଆହତ ମାନଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତିକରାଯାଇଥିବା SRC ସୂଚନା ଦେଇଛନ୍ତି ।

ଆହତ ମାନଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ଗଂଜାମ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଆହତଙ୍କ ଚିକିତ୍ସା କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

  • Reported by:
  • ASHOK BRAHMA , JAGANATH SAHU