Advertisment

ଦଦରା ବସ୍‌, ପରମିଟ ନଥିଲା ! ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁଙ୍କ ସୂଚନା, ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା’

author-image
Prangyan Parimita
ଅଦ୍ୟତନ ହୋଇଛି
Ganjam Digapahandi Bus Accident

bus accident

ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଘରୋଇ ବସର ପରମିଟ୍ ନଥିଲା । ଯେଉଁ ବସ୍‌ରେ ବସିଥିବା ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି, ସେହି ବସର ପରମିଟ୍ କି ଇନସୁରାନ୍ସ ମଧ୍ୟ ନଥିବା ଜଣାପଡିଛି । ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା ବୋଲି ସେ କହିଛନ୍ତି । ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ ବୋଲି କହିଛନ୍ତି ପରିବହନ ଅଧିକାରୀ । ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ...

Advertisment

ଅଧିକ ପଢ଼ନ୍ତୁ: ନିଷ୍ଠୁର ମୃତ୍ୟୁ, ହାତଗଣ୍ଠି ଫିଟାଇବା ପରେ ସବୁ ଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ...

୨୫ ବର୍ଷର ବସ୍‌କୁ ଫିଟ୍‌ନେସ୍‌ ଦେଲା କିଏ ?

ଅନ୍ୟପଟେ ୨୫ ବର୍ଷର ବସ୍‌କୁ ଫିଟନେସ୍‌ ମିଳିବା ନେଇ ପ୍ରଶ୍ନ ଉଠିଛି । ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ୨୫ ବର୍ଷ ତଳେ ରେଜିଷ୍ଟ୍ରେସନ ହୋଇଥିଲା । ୧୯୯୮ ମସିହା ମାର୍ଚ୍ଚ ୨୬ରେ ଆର୍‌ଟିଓରେ ଘରୋଇ ବସ୍‌ର ରେଜିଷ୍ଟ୍ରେସନ ହୋଇଥିଲା ।

Advertisment

ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା:

ଗଂଜାମ ଦିଗପହଣ୍ଡିରେ ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି। ଆହତ ହୋଇଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । OSRTC ବସଟି ରାୟଗଡ଼ା ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି, ତହସିଲଦାର ପହଞ୍ଚିଥିଲେ। ତେବେ ଏ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇନି।...

ଅଧିକ ପଢ଼ନ୍ତୁ: ‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

ସାମ୍ନାକୁ ଆସିଲା ବାହାଘର ସମୟର ଦୃଶ୍ୟ

ବିବାହ ଭୋଜିରୁ ଫେରୁଥିବାବେଳେ ଚାଲିଗଲା ୧୨ ଜୀବନ । କନ୍ୟା ସୋନେଲିର ବିବାର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ପରିବାର ଓ ନିକଟ ସମ୍ପର୍କୀୟ । ଏବେ ଆସିଛି ବିବାହ ସମୟରେ ଭିଡିଓ । ପୁରୀ ଖୁସିର ସହ ସମ୍ପନ୍ନ ହୋଇଥିଲା ବିବାହ । ବିବାହ ଉତ୍ସବରେ ବନ୍ଦାପନା କରିଥିଲେ ପରିବାର ଲୋକେ । ଝିଅକୁ ବିଦାୟ ଦେଇ ଭୋଜି ଖାଇ ଫେରୁଥିଲେ ପରିବାର ଲୋକେ ଓ ସମ୍ପର୍କୀୟ । ଦୁଇଟି ଗାଡିରେ ଫେରୁଥିବାବେଳେ ଘରକୁ ପହଞ୍ଚିବାକୁ ମାତ୍ର କିଛି କିଲୋମିଟର ପୂର୍ବରୁ ପୂର୍ବରୁ ଥିବାବେଳେ ଧକ୍କା ଦେଇଥିଲା ସରକାରୀ ବସ୍।....

ପ୍ରାଣ ହରାଇଛନ୍ତି ପୂର୍ବତନ ସାଂସଦଙ୍କ ୧୧ ଜଣ ସମ୍ପର୍କୀୟ

ଦିଗପହଣ୍ଡି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟ। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ କେବଳ ପୂର୍ବତନ ସାଂସଦଙ୍କ ପରିବାର ଓ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଏପଟେ ଏ ଘଟଣାକୁ ନେଇ ଶୋକରେ ବୁଡ଼ିଛି ଗଂଜାମ ଦିଗପହଣ୍ଡି ଅଂଚଳର ଖଣ୍ଡଦେଉଳି ଗାଁ । ଗୋଟିଏ କି ଦୁଇଟି ନୁହଁ ଅକାଳରେ ଚାଲିଗଲା ୧୨ଟି ଜୀବନ। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ନିକଟ ପରିଜନଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି ପରିବାର ଲୋକେ। ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା । ଏହାକୁ ନେଇ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।...

ଅଧିକ ପଢ଼ନ୍ତୁ: ଦିଗପହଣ୍ଡି ଦୁର୍ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

Bus Accident Road Accident
Advertisment
Advertisment