/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732533035.jpg)
Dharamshala MLA Attack
ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଯାଜପୁର ଟାଉନ ଥାନା ପୋଲିସ ଏହି ୩ ମାମଲା ଯୋଡ଼ିଛି। । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ ମାମଲା ହୋଇଛି । ଏହା ସହ ଆଉ ଜଣେ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ମଧ୍ୟ SDJMରେ ମାମଲା ରୁଜୁ ହୋଇଛି । ୩ ମାମଲା ଯୋଡ଼ିବାକୁ ଟାଉନ ଥାନା ପୋଲିସ ପକ୍ଷରୁ SDJM କୋର୍ଟରେ ଆବେଦନ କରାଯାଇଛି ।
ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ବିବାଦ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଗିରଫ ଆଦି ଘଟଣାକୁ ନେଇ ଯାଜପୁରରେ ଆଇନ ଶୃଙ୍ଖଳା ସ୍ଥିତି ଆଶଙ୍କା କରି ଗତକାଲି ପୋଲିସ ଫ୍ଲାଗମାର୍ଚ କରିଛି । ଏହିସବୁ ଘଟଣାକୁ ନେଇ ଗଲା ୪ ଦିନ ହେବ ରାଜନୈତିକ ଉଷ୍ମତା ଲାଗି ରହିଛି । ସେ ଦୃଷ୍ଟିରୁ ଯାଜପୁରରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗମାର୍ଚ୍ କରାଯାଇଛି ।
ଅଧିକ ପଢ଼ନ୍ତୁ: ମୋତେ ବୋମା ପକାଇ ଉଡ଼ାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ସରକାର: ମୋହନ ମାଝୀ
ଭାରାପ୍ରାପ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ୟସ ପ୍ରତାପ ଶ୍ରୀମାଲ ପ୍ରମୁଖ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ସେପଟେ ଯାଜପୁର ଥାନା ଓ ବିରଜା ହାଟ ଅଞ୍ଚଳରେ ବିଏନଏସ ୧୬୩ ଜାରି ହୋଇଥିବା ବେଳେ ସହରରେ ଶାନ୍ତି ରକ୍ଷା ଲାଗି ୪୦ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।
ତେବେ ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ? ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ଚାରିଆଡ଼େ ହଇଚଇ । ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ପୁଣି ସାଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି । ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ବୋଲି ବି ଚେତାଇ ଦେଇଛନ୍ତି ହିମାଂଶୁ । ସେଦିନର ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଛନ୍ତି, ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ ।
ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ । ହେଲେ କାହିଁକି ଆରମ୍ଭ ହେଲା ଏ ଗଣ୍ଡଗୋଳ ? ଯାଜପୁର ବିରଜା ହାଟ ପ୍ରସଙ୍ଗକୁ ନେଇ ହିଁ ଏତେ ନାଟ ।
କାରଣ ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠି ଭଲ ବ୍ୟବସାୟ ହେଉ ନଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ତିଆରି ହୋଇଯାଇ ଥିଲେ ଦୁଇ ଗୋଷ୍ଠୀ ।
ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରୁ ବୋଲି ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ । କୁହାଯାଉଛି ବିରୋଧ କରୁଥିବା ଗୋଷ୍ଠୀଙ୍କ ପଛରେ ରହିଛି ବବି ଦାସଙ୍କ ପ୍ରଚ୍ଛଦ ସମର୍ଥନ । ସେଇଥିପାଇଁ ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ବେଳେ ଘଟିଥିଲା ଏ ତୁମୁଳକାଣ୍ଡ । ଆଉ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରିବା ବେଳେ ହୋଇଥିଲା ମରଣାନ୍ତକ ଆକ୍ରମଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)