• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ ସାରି ଫେରିବା ପରେ ଭକ୍ତଙ୍କ ମୃତ୍ୟୁ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରି ଅସୁସ୍ଥ ଅନୁଭବ କରିଥିଲେ ଭକ୍ତ ଜଣକ । ତେବେ ଗୁରୁତର ଅବସ୍ଥାର ମେଡିକାଲ୍‌ରେ ଭର୍ତ୍ତି କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଭକ୍ତ ଜଣଙ୍କ କାକଟପୁର ଅଞ୍ଚଳର ହୋଇଥିବା ସୂଚନା ହୋଇଛି ।

ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ । ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରିବା ପରେ ଭକ୍ତ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ସେ ତାଙ୍କ ପରିବାର ଲୋକଙ୍କ ସହିତ ଦର୍ଶନ ପାଇଁ ଆସିଥିଲେ । 

ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଆଡ଼ପ ମଣ୍ଡପରେ ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ ୫ଟା ପର୍ଯ୍ୟନ୍ତ ଅନୁମତି ଥିଲା । ତେଣୁ ସକାଳୁ ସକାଳୁ ଆଜି ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା।

ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ବାହୁଡ଼ାରେ ରଥଉପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଛି।....