/odishatv-khabar/media/post_attachments/uploadimage/library/16_9/16_9_0/accident_1687767270.jpg)
accident
ସୁନାର ସଂସାରକୁ ଚୁନା କରିଦେଲା ଦୁର୍ଘଟଣା । ଝିଅ ହାତରୁ ମେହେନ୍ଦୀ ଲିଭିନଥିବା ବେଳେ ଘରୁ ସମ୍ପର୍କୀୟଙ୍କ କୋକେଇ ଉଠିଲା । ଅତି ସରାଗରେ ଯେଉଁ ସାନ ଭଉଣୀ ହାତ ଗଣ୍ଠି ଫିଟାଇଥିଲା, ସେ ଆଜି ଏତେ ଦୂରକୁ ଚାଲିଗଲା ଯେ ତାକୁ ଦେଖିବା ବି ଅସମ୍ଭବ । ସେ କ’ଣ ଜାଣିଥିଲା ନାନୀର ବିବାହ ପରେ ଏପରି ସମସ୍ତଙ୍କୁ ଠକି ଦେଇ ଚାଲିଯିବ । ନାନୀର ବିବାହରେ କେତେ ସଜ ହୋଇ ଭିଣୋଇକୁ ପାଛୋଟି ଆଣିଥିଲା, ହେଲେ ସେଇ ରାତି ତା’ ପାଇଁ ସାଜିଲା କାଳ ରାତି । କେବେଳ ସେ ନୁହେଁ ବଡ଼ ନାନୀ, ବଡ଼ ଭିଣୋଇ, ପୁତୁରା, କକା, ଅଜା ସମସ୍ତେ ହାତ ଧରାଧରି ହୋଇ ଚାଲି ଯାଇଛନ୍ତି ଆରପାରିକୁ । ନିଷ୍ଠୁର ମୃତ୍ୟୁ ଗୋଟିଏ ପରିବାର ଉପରେ ଏପରି ଯେ ଦାଉ ସାଧିବ କିଏ ଜାଣିଥିଲା ।
ଅଧିକ ପଢ଼ନ୍ତୁ: ଦଦରା ବସ୍, ପରମିଟ ନଥିଲା ! ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ବିବାହ ଭୋଜିରୁ ଫେରୁଥିବାବେଳେ ଚାଲିଗଲା ୧୨ ଜୀବନ । କନ୍ୟା ସୋନେଲିର ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ ପରିବାର ଓ ନିକଟ ସମ୍ପର୍କୀୟ । ଖୁବ୍ ଧୁମଧାମରେ ସମ୍ପନ୍ନ ହୋଇଥିଲା ବିବାହ । ବିବାହ ଉତ୍ସବରେ ବନ୍ଦାପନା କରିଥିଲେ ପରିବାର ଲୋକେ । ଝିଅକୁ ବିଦାୟ ଦେଇ ଭୋଜି ଖାଇ ଫେରୁଥିଲେ ପରିବାର ଲୋକେ ଓ ସମ୍ପର୍କୀୟ । ଦୁଇଟି ଗାଡିରେ ଫେରୁଥିବାବେଳେ ଘରକୁ ପହଞ୍ଚିବାକୁ ମାତ୍ର କିଛି କିଲୋମିଟର ପୂର୍ବରୁ ଥିବାବେଳେ ଧକ୍କା ଦେଇଥିଲା ସରକାରୀ ବସ୍ ।
ଅଧିକ ପଢ଼ନ୍ତୁ: ଦିଗପହଣ୍ଡି ଦୁର୍ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଦୁର୍ଘଟଣାରେ ମୃତ ଯାତ୍ରୀ:
ରୂପାଲି ପ୍ରଧାନ, ଶିବାନୀ ପ୍ରଧାନ, ୨୫ ବର୍ଷୀୟା ସୁଜ୍ଞାନୀ ପ୍ରଧାନ , ଦେବାଂଶୁ ପ୍ରଧାନ (୨ ବର୍ଷ ),୬୨ ବର୍ଷୀୟ ସୀତାରାମ ପ୍ରଧାନ, ୬୦ ବର୍ଷୀୟ ରମେଶ ପ୍ରଧାନ, ତ୍ରିପତି ପ୍ରଧାନ (୬୦ ବର୍ଷ), ଶ୍ରୀମଣି ପ୍ରଧାନ, ଆଦ୍ୱିକ ପ୍ରଧାନ (୧ ବର୍ଷ), ସଙ୍ଗୀତା ଡାକୁଆ (୨୫ ବର୍ଷ), ରମେଶ ପ୍ରଧାନ (୬୦ ବର୍ଷ) ଓ ସଞ୍ଜୟ କୁମାର (୫୨ ବର୍ଷ)।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)