ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି । ଗତକାଲି ମଧ୍ୟରାତ୍ରରେ ଗଂଜାମ ଦିଗପହଣ୍ଡି ନିକଟରେ OSRTC ବସ୍ ଓ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗଦେଇ ଲୋକେ ଘରୋଇ ବସରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
Published By: Sarbeswar
Last updated: 26 June 2023, 10:15 PM IST
ଥମୁନି ଫାଇଭ୍ ଟି ସଚିବଙ୍କ ଗସ୍ତ ବିବାଦ । ସିଏମ୍ଙ୍କ ଜାଣତରେ ନା ଅଜାଣତରେ ହେଉଛି ଗସ୍ତ ? ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଘନ ଘନ ଟାର୍ଗେଟରେ 5T ସଚିବ। ଆଜି 5T ସଚିବଙ୍କ ବରଗଡ଼ ଗସ୍ତ ଥିବା ବେଳେ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସାମ୍ବାଦିକ ସମ୍ମିଳନୀ କରି ଫାଇଭ ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି କରିଛନ୍ତି ଟାର୍ଗେଟ୍।