• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଭୟଙ୍କର ଦୁର୍ଘଟଣା । ଗଜପତି ଚମ୍ପା ଘାଟିରେ ଘଟିଛି ଦୁର୍ଘଟଣା । ଆର.ଉଦୟଗିରି ଚମ୍ପା ଘାଟିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍ । ଫଳରେ ଦୁର୍ଘଟଣା ଘଟି ୧୫ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ୭ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନିକଟସ୍ଥ ଲୁବୁରସିଂ ଗାଁରୁ କାମ ସାରି ପିକ୍ଆପ୍ ଭ୍ୟାନରେ ଫେରୁଥିଲେ ଶ୍ରମିକ । ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା।

ପୂର୍ବରୁ ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୯ ଜଣ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଗୁରୁତର ୩ ଜଣଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ଭୟଙ୍କର ଦୁର୍ଘଟଣା ! ଟ୍ରକ୍ ଧକ୍କାରେ ୫ ବରଯାତ୍ରୀ ମୃତ, ବାହା ନହୋଇ ଫେରିଗଲା ବର

କେନ୍ଦୁଝର NH-୨୦ର ଷଠୀଘର ନିକଟରେ ଗତକାଲି ଏହି ଦୁର୍ଘଟଣା ଘଟିଛି । ପୁରୁଣା ସହରର କାର୍ତ୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର, ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତଙ୍କ ସହ ହେବାର ଥିଲା । ଏନେଇ ବିଳମ୍ବିତ ରାତିରେ ବରଯାତ୍ରୀ ଆସୁଥିଲେ । ରୋଷଣୀ କରି ଆସୁଥିବା ବେଳେ ବରଯାତ୍ରୀ ଉପରକୁ ମାଡ଼ି ଯାଇଥିଲା ଟ୍ରକ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ରାଜମୁଣ୍ଡା-ପାଣିକୋଇଲି NH ୨୦ ରାସ୍ତା ଅବରୋଧ କରିଛନ୍ତି । ପରେ ବର ବାହା ନହୋଇ ଫେରିଯାଇଥିବା ଜଣାପଡ଼ିଛି ।