Advertisment

ଦିଗପହଣ୍ଡି ଦୁର୍ଘଟଣା : ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଘୋଷଣା ହୋଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Ganjam Digapahandi Bus Accident

Narendra Modi

ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ । ମୃତକଙ୍କ ସଂପର୍କୀୟକଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରଯାଇଛି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି।  ଏଥି ସହ ପ୍ରତି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦିଗପହଣ୍ଡି ବସ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Advertisment

ସେହିପରି ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଦିଗପହଣ୍ଡି ଦୁର୍ଘଟଣାର ମୃତକଙ୍କ ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି । ସେପଟେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଆହତଙ୍କ ଚିକିତ୍ସା ଲାଗି ଏସଆରସିଙ୍କ ପକ୍ଷରୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।...

ଅଧିକ ପଢ଼ନ୍ତୁ: ‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

Advertisment

ସୂଚନାଯୋଗ୍ୟ ବିବାହ ଭୋଜିରୁ ଫେରୁଥିବାବେଳେ ଚାଲିଗଲା ୧୨ ଜୀବନ। କନ୍ୟା ସୋନେଲିର ବିବାର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ପରିବାର ଓ ନିକଟ ସମ୍ପର୍କୀୟ । ଖୁବ୍ ଧୁମଧାମରେ ସମ୍ପନ୍ନ ହୋଇଥିଲା ବିବାହ । ବିବାହ ଉତ୍ସବରେ ବନ୍ଦାପନା କରିଥିଲେ ପରିବାର ଲୋକେ । ଝିଅକୁ ବିଦାୟ ଦେଇ ଭୋଜି ଖାଇ ଫେରୁଥିଲେ ପରିବାର ଲୋକେ ଓ ସମ୍ପର୍କୀୟ । ଦୁଇଟି ଗାଡିରେ ଫେରୁଥିବାବେଳେ ଘରକୁ ପହଞ୍ଚିବାକୁ ମାତ୍ର କିଛି କିଲୋମିଟର ପୂର୍ବରୁ ଥିବାବେଳେ ଧକ୍କା ଦେଇଥିଲା ସରକାରୀ ବସ୍ ।

ଦୁର୍ଘଟଣାରେ ମୃତ ଯାତ୍ରୀ:

ରୂପାଲି ପ୍ରଧାନ, ଶିବାନୀ ପ୍ରଧାନ, ୨୫ ବର୍ଷୀୟା ସୁଜ୍ଞାନୀ ପ୍ରଧାନ , ଦେବାଂଶୁ ପ୍ରଧାନ (୨ ବର୍ଷ ),୬୨ ବର୍ଷୀୟ ସୀତାରାମ ପ୍ରଧାନ, ୬୦ ବର୍ଷୀୟ ରମେଶ ପ୍ରଧାନ, ତ୍ରିପତି ପ୍ରଧାନ (୬୦ ବର୍ଷ) ଶ୍ରୀମଣି ପ୍ରଧାନ, ଆଦ୍ୱିକ ପ୍ରଧାନ (୧ ବର୍ଷ), ସଙ୍ଗୀତା ଡାକୁଆ (୨୫ ବର୍ଷ) ରମେଶ ପ୍ରଧାନ (୬୦ ବର୍ଷ) ସଞ୍ଜୟ କୁମାର (୫୨ ବର୍ଷ)

ଅଧିକ ପଢ଼ନ୍ତୁ: ଦିଗପହଣ୍ଡି ଦୁର୍ଘଟଣା : ପୂର୍ବତନ ସାଂସଦଙ୍କ ୧୧ ସମ୍ପର୍କୀୟ ମୃତ, ଗାଁରେ ଶୋକାକୁଳ ପରିବେଶ

Bus Accident Road Accident PM Narendra Modi
Advertisment
Advertisment