କାଲି ଯେଉଁ ଶୁଭ ବେଦୀ ବର-କନିଆଁଙ୍କୁ ଦାଂପତ୍ୟ ଜୀବନର ନୂଆ ରଜ୍ଜୁରେ ବାନ୍ଧିଥିଲା ଆଜି ସେଇ ବେଦୀ ପାଖେ ବନ୍ଧା ଚାଲିଛି ଆତ୍ମିୟଙ୍କୁ ଅଲଗା କରିବାର କୋକେଇ । ଝିଅ ବାହାଘରକୁ ନେଇ କାଲି ଯେଉଁ ଘର ଆଗରେ ସରାଗର ସମ୍ଭାର ଥିଲା, ଆଜି ସେଠି ଛାଇ ଯାଇଛି ଅସରନ୍ତି ଲୁହ ଓ କୋହ ସାଙ୍ଗକୁ ପ୍ରଚଣ୍ଡ ନୀରବତା । ଗତକାଲି ରାତିରେ ମର୍ମନ୍ତୁଦ ଦିଗପହଣ୍ଡି ବସ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଗାଁ ଗଂଜାମ ଖଣ୍ଡଦେଉଳି ଯେମିତି ଆଜି ଅବାକ୍, ଆଚମ୍ବିତ।
Published By: Sarbeswar
Last updated: 26 June 2023, 10:17 PM IST
ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି