/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687913484.jpg)
Barajatri Accident
କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ । ଘଟଣାରେ ୭ ଜଣ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
NH-୨୦ର ଷଠୀଘର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଛି ଟ୍ରକ୍ । ରାତିରେ ରୋଷଣୀ କରି ଯାଉଥିବା ବେଳେ ମାଡ଼ିଯାଇଥିଲା ଟ୍ରକ୍ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ବାହାଘରକୁ ନଯାଇ ଫେରିଯାଇଛି ବର । ଏବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାଜମୁଣ୍ଡା-ପାଣିକୋଇଲି NH ଅବରୋଧ କରାଯାଇଛି ।
#ବରଯାତ୍ରୀଙ୍କ_ଉପରେ_ଚଢିଗଲା_ଗାଡ଼ି
ସକାଳୁ ସକାଳୁ ବଡ଼ ଅଘଟଣ : ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍...୫ ଜଣଙ୍କ ଗଲା ପ୍ରାଣ#Accident#Odisha#OTV#Keonjharpic.twitter.com/ttx0XJxwQi— ଓଟିଭି (@otvkhabar) June 28, 2023
ଦିନକ ପୂର୍ବରୁ ଦିଗପହଣ୍ଡିରେ ମଧ୍ୟ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଥିଲା । ଏଥିରେ ୧୧ ଜଣଙ୍କ ଜୀବନ ଯାଇଛି । ଏହି ବସ୍ ଦୁର୍ଘଟଣାରେ ଭୁଲ୍ OSRTC ଡ୍ରାଇଭରଙ୍କର ବୋଲି କୁହାଯାଉଛି । ଅଧିକ ବେଗ ସହ ନିଦରେ ଆଖି ଲାଗିଯାଇଥିବାରୁ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ପ୍ରାଥମିକ ତଦନ୍ତ ଆଧାରରେ ଏହା ଜଣାପଡ଼ିବା ପରେ OSRTC ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ହେଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡ୍ରାଇଭର । ଏପଟେ ଦୁର୍ଘଟଣାରେ ୧୧ ଜୀବନ ଯିବାପରେ ଚେତିଛି ପରିବହନ ବିଭାଗ । ବିବାହ ଓ ଉତ୍ସବରେ ଗାଡ଼ି ବ୍ୟବହାର ନେଇ ଖୁବଶୀଘ୍ର ଆସିବ ନୂଆ SOP ।
ବ୍ରହ୍ମପୁର ଏସ୍ପି କହିଛନ୍ତି, ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭରଙ୍କ ଆଲକହଲ ଟେଷ୍ଟ କରାଯାଇଥିଲା। ଉଭୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, OSRTC ବସ୍ଟି ଅତ୍ୟଧିକ ବେଗରେ ଆସୁଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)