ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ଣ ପ୍ରବାହ । ରାଜ୍ୟର ୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗିରରେ ମଧ୍ୟ ୪୧. ୩ ଡିଗ୍ରୀ ତାପମାତ୍ରା ରହିଛି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭାରତରେ ହେବ ଅଧିବ ଗରମ। ଲୁ’ ବହିବାର ବି ସମ୍ଭାବନା ରହିଛି। ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ।
ଓଡ଼ିଶାର ଅଧିକ ସ୍ଥାନରେ ଦିନ ୧୦ଟା ପରେ ଆଉ ପଦାକୁ ବାହାରିବା ସମ୍ଭବ ହେଉନାହିଁ।
୨୧ ତାରିଖ ବେଳକୁ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି।
ଗତକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ ।
୨୩ ତାରିଖ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ।
ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ।
ବସନ୍ତରେ ବର୍ଷିବ ନିଆଁ । କାଲିଠୁ ୩ଦିନ ପ୍ରଚଣ୍ଡ ଖରା ହେବ । ସ୍ୱାଭାବିକଠୁ ହଠାତ୍ ୪ରୁ ୫ଡିଗ୍ରୀ ଯାଏଁ ବଢ଼ିଯିବ ପାରଦ । ସ୍ଥାନେ ସ୍ଥାନେ ୪୦ କି ତାଠୁ ଅଧିକ ଡେଇଁପାରେ ତାପମାତ୍ରା । ୮ ଜିଲ୍ଲାକୁ ଏଥିପାଇଁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ ।
ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା । ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଆସନ୍ତା ୩ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ କହିଲେ କଣ?
ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ।
୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆରେ ନାରେ...ଆମ ଗାଁରେ ଏମିତି ବିକୃତ ଲୋକ କେଉଁଠୁ ଆସିବ? ତୁମେ କିଏ? ବାବାରେ ଇଲେକ୍ସନ ଡ୍ୟୁଟିରେ ଯାଇଥିଲି, ଖୋବି ଦେଇ ଗଲେ....କିଛି ଦେଖିଲେ ନି। ଯିଏ ଯୁଆଡ଼େ ପାଇଲେ...
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଚି ହୋଇଥିଲା ।
ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରୁ ବର୍ଷାର ପରିମାଣ ବଢ଼ିବ। ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।
ରାଜ୍ୟରେ ଆସନ୍ତା ୨୩ ତାରିଖ ଯାଏଁ ଶୁଖିଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରାଜିଲରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।
୧୬ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।
ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ ।ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାତିରୁ ପୁଣି ବଦଳିବ ପାଗ। ଆସନ୍ତାକାଲିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏ ରାତି ତାପମାତ୍ରାରେ ବୃଦ୍ଧି ହୋଇପାରେ।
ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହୋଇପାରେ।
ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ରାଜ୍ୟର ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି ।