/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649986733.jpg)
Weather Report | Temperature Shoots Up, Sonepur Hottest In Odisha
ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଗରମ, ସବୁଠି ତାତିରେ ସିଜୁଛନ୍ତି ଲୋକେ । ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି । ସ୍ଥିତି ଏପରି ହୋଇଛି କି ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହର ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି ।
ରାଜ୍ୟର 16 ସ୍ଥାନରେ ଦିନ ତାପମାତ୍ରା 40°C କିମ୍ବା ଅଧିକ ରେକର୍ଡ
44.2°C ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର pic.twitter.com/XexFtlT8kg
— Meteorological Centre, Bhubaneswar (@mcbbsr) April 14, 2022
ଗତକାଲି ସୋନପୁରରେ ପାରଦ ୪୪ ଦଶମିକ ୨ ଡିଗ୍ରୀ ଛୁଇଁଥିଲା । କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିଛି । ଅସହ୍ୟ ତାତିରେ ଓଡ଼ିଶା ଜଳୁଥିବା ବେଳେ ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।
ବଲାଙ୍ଗିରରେ ୪୨.୮, ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨ ଓ ବୌଦ୍ଧରେ ପାରଦ ୪୨ ଡିଗ୍ରୀ ରହିଥିଲା ସେହିଭଳି ତାଳଚେର, ଅନୁଗୁଳ, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)