• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ଣ ପ୍ରବାହ । ଆଗକୁ ଆହୁରି ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ୮ଟି ଜିଲ୍ଲାକୁ IMD ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୩୦ ଓ ୩୧ ତାରିଖ ପାଇଁ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିରକୁ IMD ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୩୧ ତାରିଖରୁ ୨ ତାରିଖ ଯାଏଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, କଳାହାଣ୍ଡି ।

ବିଶେଷ କରି ଆସନ୍ତାକାଲିଠାରୁ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ୪୮ ଘଣ୍ଟା ପରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ଗତକାଲି ରାଜ୍ୟର ୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା ।

ସେହିପରି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ ପ୍ରବଳ ଖରା ହେଉଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ରହୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜିପବନ, ଗୁଳଗୁଳି ଓ ବିଦ୍ଯୁତ କାଟ ଯୋଗୁଁ ଲୋକଙ୍କ ସମସ୍ୟା ଆହୁରି ବଢିଥିବା ଦେଖିବାକୁ ମିଳିଛି ।