/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650074386.jpg)
Weather Forecast- Rain Alert For Several Parts Of Odisha
ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ପଶ୍ଚିମରୁ ଆଭ୍ୟନ୍ତରୀଣ ଓଡ଼ିଶବାସୀ । ୧୫ରୁ ଅଧିକ ଜିଲ୍ଲାରେ ୪୦ ଡିଗ୍ରୀ ତଳକୁ ଖସୁନି ପାରଦ । ଗତକାଲି ରାଜ୍ୟର ୩ଟି ସହରରେ ପାରଦ ୪୩ ଟପିଥିବାବେଳେ ୧୬ଟି ସହରରେ ୪୦ ପାର୍ ହୋଇଥିଲା । ଆଗାମୀ ୩ ଦିନ ଭିତରେ ଦକ୍ଷିଣ ସହ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଅନୁମାନ କରାଯାଉଛି ।
ସର୍ବାଧିକ ୪୩.୪ ଡିଗ୍ରୀ ପାରଦ ଥିବାରୁ ବାରିପଦା ଉତ୍ତପ୍ତ ସହର ପାଲଟିଥିଲା । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଆଗାମୀ ୪ଦିନ ଯାଏଁ ସମାନ ସ୍ଥିତି ଜାରି ରହିବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ ଏଯାଏଁ ରାଜ୍ୟରେ ହିଟ୍ ୱେଭ ସ୍ଥିତି ଆସିନି ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ହେଲେ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଟପିଲେ ଯାଇ ତାକୁ ହିଟ୍ ୱେଭ କୁହାଯିବ । ଏଯାଏଁ ରାଜ୍ୟରେ ସେଭଳି ସ୍ଥିତି ଆସିନି । ଉପକୂଳ ଓଡ଼ିଶାରେ ବଙ୍ଗୋପସାଗରରୁ ଦକ୍ଷିଣ-ପଶ୍ଚିମ ଆଦ୍ର ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମ୍ ରହୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)