• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି । ଶନିବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୩.୫ ଡିଗ୍ରୀ ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର । ଅନ୍ୟପଟେ ବଲାଙ୍ଗିରରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଅନୁଗୁଳରେ ୪୨.୭ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ।

ସେହିଭଳି ସମ୍ବଲପୁରରେ ୪୨.୫ଂ, ବାରିପଦାରେ ୪୧.୮ଂ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ୪୧.୫, ଭବାନୀପାଟଣାରେ ୪୧.୨ଂ, ତାଳଚେରରେ ୪୦.୪ଂ, ହୀରାକୁଦରେ ୪୦.୩ ଡିଗ୍ରୀ ରହିଥିଲା । ସେହିଭଳି କେନ୍ଦୁଝରରେ ୪୦.୧ଂ, ନୟାଗଡ଼ରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ଂ ଓ କଟକରେ ୩୮ ଡିଗ୍ରୀ ରହିଛି ।