• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୩୧ ଯାଏଁ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ୭ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷେ, ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଜମାପଡିଛି । ଗତକାଲି ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ବାରିପଦା,ବୌଦ୍ଧ ଭବାନୀପାଟଣା ଓ ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ କାରଣରୁ ଜନଜୀବନ ବାଧା ପ୍ରାପ୍ତ ହେଉଛି । ଦିନ ୧୦ ଟା ପରଠାରୁ ଲୋକଙ୍କ ଘରୁ ବାହାରିବା ମୁସକିଲ୍‌ ହୋଇପଡୁଛି ।