• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclonic circulation
ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ : ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଆସିବ କି ବାତ୍ୟା ? ବିଭିନ୍ନ ଘରୋଇ ସଂସ୍ଥାର ଏଭଳି ଆକଳନକୁ ନେଇ ବର୍ତ୍ତମାନ ନା ନା ଚର୍ଚ୍ଚା ଲାଗିରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି । ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ରପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଥିବାର ସୂଚନା ମିଳିଛି।

Cyclone in Odisha
ଦଶହରା ବେଳକୁ ଆସିବ ବାତ୍ୟା !

ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି।

heavy rain
ପୁଣି ବର୍ଷିବ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Cyclone Shaheen
ବାତ୍ୟା ‘ଗୁଲାବ’ ପରେ ଆସୁଛି ବାତ୍ୟା ‘ଶାହିନ୍’, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ‘ଗୁଲାବ’ ପରେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଯାହାର ନାଁ ‘ଶାହିନ୍’ ରଖାଯାଇଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଉତ୍ତର ପୂର୍ବ ଆରବ ସାଗରରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି।

heavy rain
ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା : ବଜ୍ରାଘାତରେ ୧୩ ମୃତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମରାଠୱାଡା ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଅତି କମରେ ୧୩ ଜଣଙ୍କର ଜୀବନ ଯାଇଛି । ତେବେ ୫୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF)

Heavy Rainfall Alert In Odisha
ପୁଣି ଲଘୁଚାପ: କାଲିଠୁ ପ୍ରବଳ ବର୍ଷିବ

ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ

ଉପଗ୍ରହରୁ ଉତ୍ତୋଳନ ହୋଇଥିବା ଚିତ୍ର
ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ: ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Cyclonic Circulation
ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ: ୩ ଦିନ ବର୍ଷିବ

ବାତ୍ୟା ଗୁଲାବ୍ କ୍ରମଶ ଦୁର୍ବଳ ହୋଇ ଓଡ଼ିଶା ଅତିକ୍ରିମ କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୧୪୮ ମିଟର ବର୍ଷା ରେକର୍ଡ ହୋଇଛି।  

Malkangiri Flood
ଗୁଲାବ ପ୍ରଭାବ: ବ୍ରିଜ୍‌ ଉପରେ ଦୁଇ ଫୁଟ୍‌ ପାଣି, ମାଲକାନଗିରି-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରିରେ ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ଏମ୍‌ଭି ୯୬ ବ୍ରିଜ୍ ଉପରେ ୨ ଫୁଟର ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପାଣି ଚାଲୁଥିିବାକୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଛି । ପୋଲିସ କର୍ମଚାରୀ ଉଭୟ ପାର୍ଶ୍ୱରେ ଜଗିରହିଛନ୍ତି ।

Cyclone Effect In Andhra Pradesh
ମାଲକାନଗିରି ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ବ୍ରିଜ୍ ଉପରେ ୨ଫୁଟରୁ ଅଧିକ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ଗୁଲାବ୍ ଗଲାପରେ ସ୍ଥିତି ବିଗିଡିବାରେ ଲାଗିଛି। ସରକାରଙ୍କ ତରଫରୁ ଏନେଇ ସଚେତନତା ଜାରି କରାଯାଇଛି।

Odisha Cyclone Warning
ଆଉ ୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ‘ଗୁଲାବ’

ଦୁର୍ବଳ ହୋଇଛି ବାତ୍ୟା ‘ଗୁଲାବ’ ।  ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

Golab Impact in koraput
କୋରାପୁଟରେ ବାତ୍ୟା ଗୁଲାବ ପ୍ରଭାବ; ଉଡ଼ାଇନେଲା ଘରର ଛାତ, ଗଛ ପଡ଼ି ରାସ୍ତା ଅବରାଧ

ବାତ୍ୟା ଗୁଲାବର ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି। ଅନେକ ଘରର ଆଜବେଷ୍ଟସ ଛାତ ଉଡି ଯାଇଛି। ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡି ରହିଛି। 

Cyclone Gulab
ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ବାତ୍ୟା ‘ଗୁଲାବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

boat capsized
ସମୁଦ୍ରରେ ଓଲଟିଲା ଡ଼ଙ୍ଗା: ୩ ଫେରିଲେ, ୨ ଚାଲିଗଲେ

ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଛି। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି।    

Cyclone Gulab
ଟଳିଲା ବାତ୍ୟା ଭୟ: ୫ ଘଣ୍ଟାରେ ଦୁର୍ବଳ ହେବ

ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ। ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। 

Weather forecast today
ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ଗୁଲାବ, ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ ବାତ୍ୟା

ବାତ୍ୟା ଗୁଲାବକୁ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ଗୁଲାବ । ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି ।

weather
ଟଳିଲା ବାତ୍ୟା ଭୟ; ଓଡ଼ିଶାରେ ନାହିଁ ପ୍ରଭାବ, ଉପକୂଳ ଅତିକ୍ରମ କଲା ଗୁଲାବ

ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ ।

Ghati Road Sealed
ଭୂସ୍ଖଳନ ଆଶଙ୍କାରେ ରାସ୍ତା ସିଲ୍‌

ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ ପୂର୍ବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଉପରକୁ ମାଟି ଅତଡ଼ା ଧସିଥିଲା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଥିଲା ଜିଲ୍ଲା ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ଅପରେସନ୍ ପରେ ସ୍ଥିତି ସ୍ୱାଭାବିକକୁ ଆସିଥିଲା। ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଞ୍ଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

Gopalpur Sea beach
ଲ୍ୟାଣ୍ଡଫଲ୍ ବେଳେ ଭୂସ୍ଖଳନ ଆଶଙ୍କା ! ୧୬ ହଜାର ଲୋକ ସ୍ଥାନାନ୍ତରିତ

ବାତ୍ୟା ଗୁଲାବ ପାଇଁ ପୁରୀରେ ୬ ନମ୍ବର, ପାରାଦୀପରେ ୩ ନମ୍ବର ଓ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ବାତ୍ୟା ଗୁଲାବ୍ ଦ୍ୱାରା ବିଶେଷ ପ୍ରଭାବିତ ହେବ। ଏହି ୪ ଜିଲ୍ଲା ଏହି ୪ ଜିଲ୍ଲା ସମେତ ମୋଟ୍ ୧୪ ଜିଲ୍ଲାକୁ ସଜାଗ୍ କରିଛନ୍ତି ରାଜ୍ୟ ସରକାର।

Odisha Cyclone Warning
ଗୁଲାବ୍‌ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, କାଁ ଭାଁ ବର୍ଷା..

ଆରମ୍ଭ ହେଲା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ୩ ଘଣ୍ଟା ଧରି ଚାଲିବ । ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ ।

Cyclone gulab
ସଂଧ୍ୟା ୬ ଟା ରେ ଲ୍ୟାଣ୍ତଫଲ୍ କରିବ "ଗୁଲାବ୍"

ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।

Cyclone gulab
ସଂଧ୍ୟା ୬ରୁ ଆରମ୍ଭ ହେବ ‘ଗୁଲାବ୍‌’ର ଲ୍ୟାଣ୍ଡଫଲ୍, ଖୁବ୍‌ ସ୍ପିଡ୍‌ରେ ମାଡ଼ି ଆସୁଛି

ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।

Gajapati Land Slide
ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତିରେ ଅଘଟଣ, ଧସିଲା ମାଟି ଅତଡ଼ା

ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତି ଜିଲ୍ଲାରେ ଅଘଟଣ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସି ଅବରୋଧ ହୋଇଛି ।

Cyclone Gulab Live Updates
ବାତ୍ୟା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ୍ : ଟେଲିଫୋନ୍ ନମ୍ବର- (0674) 2393958

ବାତ୍ୟା ମୁକାବିଲା ଲାଗି କଣ୍ଟ୍ରୋଲ ରୁମ୍ ଖୋଲିଛି । କଣ୍ଟୋଲ ରୁମ୍ ଲାଗି ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ଘୋଷଣା କରାଯାଇଛି । କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ ।

Odisha CM Naveen Patnaik,
’ଗୁଲାବ’ର ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ମାଡ଼ି ଆସୁଥିବା ବାତ୍ୟା ଗୁଲାବର ମୁକାବିଲା ରଣନୀତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବା ସହ ସ୍ଥାନାନ୍ତର କାର୍ଯ୍ୟ  ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।