/odishatv-khabar/media/post_attachments/uploadimage/library/16_9/16_9_0/assam_1650178776.jpg)
assam
ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ ପାଗ ଶୁଖିଲା ରହୁଛି । ଅନ୍ୟପଟେ ତାମିଲନାଡୁ, କେରଳ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ବର୍ତ୍ତମାନ ଆସାମରେ ହଠାତ୍ ପାଗ ବିଗିଡ଼ି ଯାଇଛି । ଫଳରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଆସାମରେ ବର୍ତ୍ତମାନ ପ୍ରକୃତି ନିଜର କୋପ ଦେଖାଉଛି । ବିଭିନ୍ନ ଜିଲ୍ଲାରେ ବର୍ଷା, ବିଜୁଳି ଏବଂ ବଜ୍ରପାତ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅନୁସାରେ ବର୍ଷା ଏବଂ ବଜ୍ରପାତ ଯୋଗୁଁ ରାଜ୍ୟରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଛନ୍ତି ।
ଆସାମର ବିଭିନ୍ନ ଜିଲ୍ଲାରେ ଏପ୍ରିଲ୍ ୧୫ରେ ପ୍ରବଳ ବଜ୍ରପାତ ଏବଂ ବର୍ଷା ସହିତ ପବନ ବହିଥିଲା । ଗୋଲପାରା, ବାରପେଟା, ଦିବ୍ରୁଗଡ଼, ନଲବାରୀ ଜିଲ୍ଲାରେ ପ୍ରବଳ ବାତ୍ୟା, ବର୍ଷା ଓ ପବନ ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଛି । ଏହା ସହିତ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି । ବାତ୍ୟା ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।
ଏହାରି ମଧ୍ୟରେ ଆଜି ଅର୍ଥାତ ଏପ୍ରିଲ ୧୭ରେ ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଇଏମଡି ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁରେ ବର୍ଷା ହେବାର ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)