• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ହୋଇପାରେ ।

ସୂଚନା ନୁସାରେ, ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ବୌଦ୍ଧ, ନୂଆପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଏଥିପାଇଁ କେତେକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

ଅନ୍ୟପକ୍ଷେ, ରାଜ୍ୟରେ ବଢ଼ିଚାଲିଛି ଗ୍ରୀଷ୍ଣ ପ୍ରଭାବ । ଓଡ଼ିଶାର ବିଭିନ୍ନ ସହରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଥିବା ରେକର୍ଡ କରାଯାଇଛି । ଅସହ୍ୟ ତାତି କାରଣରୁ ଲୋକଙ୍କ ଘରୁ ବାହାରିବା ମୁସ୍‌କିଲ୍‌ ହୋଇପଡୁଛି ।

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଯାହା କାରଣରୁ ଲୋକେ କିଛି ମାତ୍ରାରେ ଗ୍ରୀଷ୍ଣ ତାତିରୁ ରକ୍ଷା ପାଇବେ ବୋଲି ଆଶା କରାଯାଉଛି ।