/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649140760.jpg)
Odisha Latest Weather Update |
ରାଜ୍ୟରେ ବଢ଼ିଚାଲିଛି ଗ୍ରୀଷ୍ଣ ପ୍ରଭାବ । ଓଡ଼ିଶାର ୯ଟି ସହରେ ସର୍ବାଧିକ ତାପମାତ୍ରା ଥିବା ରେକର୍ଡ କରାଯାଇଛି । ସେଗୁଡିକ ମଧ୍ୟରୁ ବଲାଙ୍ଗିରରେ ୪୨.୬ ଡିଗ୍ରୀ ସେଲ୍ସିୟସ , ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ , ବୌଦ୍ଧରେ ୪୨.୦ ଡିଗ୍ରୀ , ବରଗଡ ଅମ୍ୱାବନାରେ ୪୧.୭ ଡିଗ୍ରୀ ,ଝାରସୁଗୁଡାରେ ୪୦.୮ ଡିଗ୍ରୀ , ଭବାନିପାଟନାରେ ୪୦.୬ ଡିଗ୍ରୀ, ସୁନ୍ଦରଗଡରେ ୪୦.୫ ଡିଗ୍ରୀ, ସମ୍ୱଲପୁରରେ ୪୦.୧ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି ।
Representative Stations having #Maximum#Temperature of hottest areas of #Odishapic.twitter.com/FwXjP6AHSq
— Meteorological Centre, Bhubaneswar (@mcbbsr) April 5, 2022
ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ଟିଟିଲାଗଡରେ ପାରଦ ୪୩ ଡିଗ୍ରୀ ଛୁଇଁଥିବାବେଳେ ଦିନକୁ ଦିନ ଟିଟିଲାଗଡ ତାପମାତ୍ରା ବଢୁଥିବାରୁ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ । ଦିନକୁ ଦିନ ତାତି ବଢୁଥିବା ବେଳେ ଟିଟିଲାଗଡ଼ ସହରରେ ପାନୀୟ ଜଳର ଅଭାବ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)