Advertisment

ପାଣିପାଗ ବିଭାଗର ନାସ୍ତିବାଣୀ: ଏବେ ତାତିରେ ହଠାତ୍ ଲାଗିବନି ବ୍ରେକ୍ !

ଗୋଟିଏ ପଟେ ଅସହ୍ୟ ଗରମ ତ ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ୍

author-image
Chandan Shishu
Weather Forecast

Weather Forecast

ଆକାଶରୁ ଖସୁଛି ନିଆଁ ଝୁଲ। ତତଲା ତାଓ୍ୱାରେ ଜୀବନ କଲବଲ। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା। ୪୪ଡିଗ୍ରୀ ତାମମାତ୍ରା ସହ ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇଥିଲା ହେଲେ ଗଲା କାଲି ରେକର୍ଡ ୪୪.୨ ଡିଗ୍ରୀ ସହ ସୋନପୁର ପାଲିଟିଗଲା ସବୁଠୁ ଉତ୍ତପ୍ତ। ରାଜ୍ୟର ୧୫ରୁ ଅଧିକ ସହରରେ ବି ଟେମ୍ପରଚର ୪୦ ଡିଗ୍ରୀ ତଳକୁ ଖସୁନି ସମ୍ବଲପୁର, ଅନୁଗୁଳ, ଭବାନୀପଟଣା, ବଲାଙ୍ଗିର, ଟିଟିଲାଗଡ଼, ବୌଦ୍ଦ ଆଦି ସ୍ଥାନରେ ସ୍ଥିତି ଏଭଳି ଯେ, ଆଉ ଦିନ ୧୦ଟା ନୁହେଁ ବରଂ ସକାଳ ୮ଟା ପରଠୁ ଘରୁ ବାହାରିବା ମୁସ୍କିଲ।

Advertisment

ସୋନପୁରରେ ଝାଞ୍ଜିରେ ଜନଜୀବନ ଅସ୍ତବ୍ୟସ୍ତ ସୋନପୁରର ଚିତ୍ର। ଗୋଟିଏ ପଟେ ଅସହ୍ୟ ଗରମ ତ ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ୍, ଘରେ କି ବାହାରେ କେଉଁଠି ନିସ୍ତାର ମିଳୁନି। ପଙ୍ଖା କି କୁଲର କିଛି ବି କାମ ଦେଉନି। ମୁଣ୍ଡରେ ଗାମୁଛା, ସାଥିରେ ପାଣି ବୋତଲ ନହେଲେ ନଚଳେ। ଏପଟେ ଉତ୍ତର ଓଡ଼ିଶାରେ ବି ସମାନ ସ୍ଥିତି, ଆଜିକୁ ପାଖାପାଖି ସପ୍ତାହେ ହେଲାଣି ବାରିପଦାରେ ୪୦ ଡିଗ୍ରୀ ଉପରେ ରହୁଛି ଦିନ ପାରଦ। ରାଉରକେଲାରେ ବି ଜନଜୀବନକୁ ଦୁର୍ବିସହ କରି ଦେଉଛି ଡହ ଡହ ଖରା।

ତେବେ ଆଞ୍ଚଳିକ ପାଣିପାଗ ବିଭାଗର ନାସ୍ତିବାଣୀ, ଏବେ ତାତିରେ ହଠାତ୍ ଲାଗିବନି ବ୍ରେକ୍। ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଯାହା ସ୍ଥିତି ରହିଛି, ଆଗାମୀ ୩ରୁ ୪ ଦିନ ଯାଏଁ  ଜାରି ରହିବ। ଅଧିକାଂଶ ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ଡିଗ୍ରୀ ତଳକୁ ତାତି ଖସିବନି। ଗୋଟିଏ ଦୁଇଟି ଜିଲ୍ଲାରେ ୪୩ରୁ ୪୪ ଡିଗ୍ରୀ ପାଖାପାଖି ରହିବ। ତେବେ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଟପିଲେ ଯାଇ ତାକୁ ହିଟ୍ ୱେଭ କୁହାଯିବ। ଏଯାଏଁ ରାଜ୍ୟରେ ସେଭଳି ସ୍ଥିତି ଆସିନି। ଉପକୂଳ ଓଡ଼ିଶାରେ ବଙ୍ଗୋପସାଗରରୁ ଦକ୍ଷିଣ-ପଶ୍ଚିମ ଆଦ୍ର ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମ୍ ରହୁଛି। ତେବେ ଆଗାମୀ ୩ ଦିନ ଭିତରେ ଦକ୍ଷିଣ ସହ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଅନୁମାନ ରହିଛି। 

Advertisment

ତେଣେ ଉତ୍ତର ଭାରତ ସହ କେନ୍ଦ୍ର ଭାରତରେ ବି ଅନୁଭୂତ ହେଉଛି ପ୍ରଚଣ୍ଡ ରୌଦ୍ରତାପ। ୨ଦିନ ତଳେ ଉତ୍ତରପ୍ରଦେଶ କାନପୁର ସହରର ତାପମାତ୍ରା ୪୪ଡିଗ୍ରୀ ପାର କରିଥିବାବେଳେ ରାଜଧାନୀ ଦିଲ୍ଲୀରେ ବି ସପ୍ତାହେ ଯାଏଁ ୪୦ ଡିଗ୍ରୀ ଉପରେ ପାରଦ ଉପରମୁହାଁ ହୋଇ ରହିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Weather Forecast Weather In Odisha
Advertisment
Advertisment