/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634613769.jpg)
Yellow Warning Alert
ବଜ୍ରାଘାତ, ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା। ଏସବୁ ଜିଲ୍ଲାର ସ୍ଥିତି ଉପରେ ନଜର ରହିବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି।
Advertisment
ଓଡ଼ିଶାର ସବୁଠି ତାତିରେ ସିଜୁଛନ୍ତି ଲୋକେ। ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି। ଏପରି ହୋଇଛି କି ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର।
ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର। ଗତକାଲି ଏଠାରେ ପାରଦ ୪୪ ଦଶମିକ ୨ ଡିଗ୍ରୀ ଛୁଇଁଥିଲା। ଏଣେ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟରେ ବଢିଛି ଗ୍ରୀଷ୍ଣ ପ୍ରବାହ। ଅସହ୍ୟ ତାତିରେ ଓଡ଼ିଶା ଜଳିଥିବା ବେଳେ ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)