/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648183538.jpg)
Weather Update । 3 Places In Odisha Record Temperature Over 40 Degree Celsius
ଦିନକୁ ଦିନ ରାଜ୍ୟରେ ବଢୁଛି ରୌଦ୍ର ତାପ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୦ ପାର୍ କରିଥିଲା । ୪୨ ଦଶମିକ ୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତାପଛକୁ ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର ଆଦି ସହର ଥିଲା ।
ଏପଟେ ପ୍ରଚଣ୍ଡ ରୌଦ୍ରତାପର ସଠିକ ମୁକାବିଲା ପାଇଁ କଟକ ଜିଲାର ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ଆୟୋଜିତ ଏକ ବୈଠକରେ ଏନେଇ ତାଗିଦ କରିଛନ୍ତି କଟକ ଜିଲ୍ଲାପାଳ । ଯେପରି ଅଂଶୁଘାତରେ କାହାର ପ୍ରାଣହାନୀ ନହେବ, ତାହା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଜିଲ୍ଲାପାଳ । ବିଶେଷକରି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକରୁ ଅଧିକ ସଜାଗ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି ।
ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ । ଦିନକୁ ଦିନ ତାତି ବଢୁଥିବା ବେଳେ ଟିଟିଲାଗଡ଼ ସହରରେ ପାନୀୟ ଜଳର ଅଭାବ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)