ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦେଖନ୍ତୁ କଟକରେ କେମିତି ଚାଲିଛି ଶୀତବସ୍ତ୍ରର ବ୍ୟବସାୟ ଏହି ରିପୋର୍ଟରେ...
ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ। ଆସନ୍ତା ୪୮ ଘଣ୍ଟାରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା
ଆଜିଠୁ କମିପାରେ ବର୍ଷାର ପରିମାଣ । ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଢିପାରେ ଶୀତ । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି ।
ବଣାଇରେ କେମିତି ରହିଛି ଶୀତର ପ୍ରଭାବ ଦେଖନ୍ତୁ ଏହି ଭିଡିଓରୁ ।
ବର୍ଷା ଛାଡିଲା ପରେ ରାଜ୍ୟରେ ବଢିଛି ଶୀତ । ଟିଟିଲାଗଡରେ ଆରମ୍ଭ ହୋଇଛି ଶୀତ । ଘନ ଘନ କୁହିଡି ଯୋଗୁ ରାସ୍ତା ଘାଟ ଠିକ ଭାବରେ ଦୃଶ୍ୟମାନ ମଧ୍ୟ ହେଉନାହିଁ । ଆଉ ଏହି ଶୀତର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଶୁଣନ୍ତୁ ଶୀତକୁ ନେଇ କଣ ରହିଛି ଲୋକଙ୍କ ପ୍ରତିକ୍ରିୟା ।
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଚାଷୀ କାଟିଥାନ୍ତା ଫୁଲକୋବି। ଦୁଇ ପଇସା ପାଇଥାନ୍ତା, ମାସ ମାସ ଧରି ଯେଉଁ ରକ୍ତ ନିଗାଡ଼ିଥିଲା ତାହାର ମୂଲ୍ୟ ପାଇଥାନ୍ତା। କିନ୍ତୁ ସବୁକିଛି ବିଗିଡ଼ି ଗଲା। କୋବି ବାଡ଼ିରେ ଏବେ ଆଣ୍ଠୁଏ ପାଣି।
ଆସନ୍ତାକାଲିଠୁ ଶୁଖିଲା ପାଗ। ଜୱାଦ୍ ପ୍ରଭାବରେ ଉପକୂଳ ତଥା ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା।
୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଏ ବର୍ଷା ତୁ କଣ କଲୁ ? ଉଜାଡ଼ିଲା, ଭସାଇଲା ଓ ବର୍ବାଦ କଲା । ବାତ୍ୟା ସିନା ଆସିଲାନି କିନ୍ତୁ ସବୁ ଛାରଖାର କରିଦେଲା ।
୨ ଦିନ ହେଲାଣି ଭିଜୁଛି ସାରା ଓଡ଼ିଶା । କେଉଁଠି ଧାନ ଭାସିଲା ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲା ପାଣି । ଘରୁ ବାହରକୁ ଆସିଲେ ନାହିଁ ଲୋକେ ।
ସାମୁଦ୍ରିକ ଝଡ଼ ଜଓ୍ୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ । କିନ୍ତୁ ଦୁଇ ଦିନ ଧରି ଭିଜୁଛି ଉପକୂଳ ଓଡ଼ିଶା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ବାତ୍ୟା ଜଓ୍ୱାଦ ପ୍ରଭାବରେ ସବୁଠୁ ଅଧିକ ବର୍ଷା ହୋଇଛି ।
ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା ।
ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି ।
ବର୍ତ୍ତମାନ ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି। ବାତ୍ୟା ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ।
ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଇଗଲା ବାତ୍ୟା ଜୱାଦ୍ । ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି।
ଦୈତ ସହର କଟକ ଓ ଭୁବନେଶ୍ୱର ପାଇଁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆଜି ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ। ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ।
କେତେ ଭୟଙ୍କର ହେବ ବାତ୍ୟା? ସମୁଦ୍ରରେ କେତେ ଶକ୍ତି ଗୋଟାଇଛି ବାତ୍ୟା...ଦେଖନ୍ତୁ ଏହି ରିପୋର୍ଟ
ସମୁଦ୍ରରେ ଶକ୍ତିହୀନ ହେଉଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ପୁରୀ ନିକଟତର ହେବା ସମ୍ଭାବନା ।
ରାଜ୍ୟରେ ଏବେ ବାତ୍ୟା ପରିସ୍ଥିତି । ରାଜ୍ୟ ପାଇଁ ବିଶେଷ ବିପଦ ନଥିଲେ ମଧ୍ୟ ପାଗ କୋହଲା ରହିଛି, ବର୍ଷା ମଧ୍ୟ ଜାରି ରହିଛି । ଏମିତି ପରିସ୍ଥିତିରେ ସମୂଦ୍ର କଳିଆ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି କୁହଯାଇଛି । ତେଣୁ ମାଛ ବିକ୍ରି ହୋଇପାରିନି ।
ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନ ବେଗ ୬୦/୭୦ କି.ମି. ରହିପାରେ।
କଟକରେ କେମିତି ରହିଛି ବାତ୍ୟାର ସ୍ଥିତି ଦେଖନ୍ତୁ ଭିଡିଓ...।