• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି । ଘର ବାହାରକୁ ଗଲେ ଖରା, ଘର ଭିତରେ ରହିଲେ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ଣ ପ୍ରବାହ ।

ପାଣିପାଗ ବିଭାଗ ପକ୍ଷରୁ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ କଳାହାଣ୍ଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସ୍ୱାଭାବିକ ତାପମାତ୍ରାଠାରୁ ଦିନ ବେଳା ଏସବୁ ଜିଲ୍ଲାରେ ୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ବଢିବା ନେଇ ଆଶଙ୍କା କରାଯାଉଛି ।

ଗତକାଲି ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯଆଇଥିଲା ।

ସେହିପରି ଗତକାଲି ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗିର, ମାଲଗାନଗିରି, ସୋନପୁର ଓ ବୌଦ୍ଧ ସହରଗୁଡ଼ିକର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷେ, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟାରେ ସରିବାବେଳେ ନବମ ଓ ଦଶମ ଶ୍ରେଣୀର ପାଠ ପଢ଼ା ସକାଳ ୭ଟାରୁ ୧୧ ଟା ଯାଏ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।