/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649140760.jpg)
Odisha Latest Weather Update |
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାତାର ଭାବେ ବଢୁଛି ତାପମାତ୍ରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ସୋନପୁର ଓ ବଲାଙ୍ଗୀରର ତାପମାତ୍ରା ୪୩ ଡିଗ୍ରୀ ପାର ହୋଇଛି ।
Advertisment
ସେହିପରି ଗତାକାଲି ୧୧ଟି ସହରରେ ତାପମାତ୍ରା ୪୦ ପାର ହୋଇଥିବା ବେଳେ, ସୋନପୁର ଓ ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା । ସେପଟେ ଖରାର ଅଘୋଷିତ କର୍ଫ୍ୟୁ ପାଇଁ ସକାଳ ୧୦ଟା ହେଲେ ରାସ୍ତାଘାଟ ଶୁନଶାନ୍ ହୋଇଯାଉଛି । ତା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ସନ୍ତୁଳି ଦେଉଳି ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ଆଜିର ଦିନ ତାପମାତ୍ରା pic.twitter.com/Acg6DlheCu
— Meteorological Centre, Bhubaneswar (@mcbbsr) April 12, 2022
Advertisment
ପାଣିପାଗ କେନ୍ଦ୍ରର ସୂଚନା ଆନୁସାରେ, ଆଗାମୀ ତିନି ଦିନ ଯାଏ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବନି । ପାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବାରୁ ତାତି ସମାନ ରହିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)