/odishatv-khabar/media/post_attachments/uploadimage/library/16_9/16_9_0/Sanjay_Roy_1725343142.jpg)
Sanjay Roy
ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ସସ୍ପେନ୍ସ । ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି । ସେ କହିଛି, ସେଦିନ ଅର୍ଥାତ ୯ ତାରିଖ ରାତିରେ ମେଡିକାଲ୍ ତୃତୀୟ ମହଲାରେ ଥିବା ସେମିନାର୍ ହଲକୁ ସେ ଯାଇଥିଲା । ହେଲେ ସେଠି ଜଣେ ଯୁବତୀ ପୂର୍ବରୁ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ । ଏସବୁକୁ ଦେଖି ସେ ଡରି ସେଠୁ ଫେରି ଚାଲିଆସିଥିଲା । ତେଣୁ ଏହି ଘଟଣାରେ ତା’ର କୌଣସି ଦୋଷ ନଥିବା ସେ କହିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ: ସନ୍ଦୀପଙ୍କ ଠାରୁ ସତ ଉଗାରିବ CBI; ଦୁର୍ନୀତି ମାମଲାରେ ହେଲେ ଗିରଫ...
ଖାଲି ଏତିକି ଯେ ତାହା ନୁହେଁ, ସଞ୍ଜୟ ନିଜକୁ ନିର୍ଦ୍ଦୋଷ ମଧ୍ୟ ଦର୍ଶାଇଛି । ସଞ୍ଜୟର ଏପରି କଥାକୁ ନେଇ ଏବେ ଘଟଣା ନୂଆ ମୋଡ଼ ନେଉଛି । ଯଦି, ଏପରି ହୁଏ ତାହେଲେ ଅଭୟାକାଣ୍ଡକୁ ନେଇ ସସପେନ୍ସ ଆହୁରି ବଢ଼ିଛି । ଘଟଣାରେ ଆଉ କିଏ ସଂପୃକ୍ତ ତାକୁ ନେଇ ବି ପୁଣି ସନ୍ଦେହ ଉପୁଜିଛି । ସିବିଆଇ ଏବେ ଏହି ସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ସଞ୍ଜୟର ଏହି ବୟାନ ଯେମିତି ଚାଞ୍ଚଲ୍ୟ ସୃଷ୍ଟି କଲାଣି ।
ତେବେ ଏଠି ପ୍ରଶ୍ନ ଉଠୁଛି ସଞ୍ଜୟ ସତ କହୁଛି ନା ଲୁଚାଉଛି ? ଅଭୟାକାଣ୍ଡ ପଛରେ ଲୁଚି ରହିଛି କି ରହସ୍ୟ ? ଅଭୟାଙ୍କ ହତ୍ୟା ପଛରେ ଆଉ କିଏ ? ଯଦି ସଞ୍ଜୟ ସତ କହୁଥାଏ ତାହାଲେ ଏହି ଘଟଣା ପଛରେ କିଏ କିଏ ରହିଛନ୍ତି ? ସେମାନଙ୍କ ନିକଟରେ ସିବିଆଇ କେମିତି ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା । ସେପଟେ ପଲିଗ୍ରାଫ୍ ରିପୋର୍ଟକୁ ଅପେକ୍ଷା ରହିଛି । ଆଉ ସିବିଆଇ ତଦନ୍ତ କେଉଁଆଡେ ଯାଉଛି ତା’ଉପରେ ସମସ୍ତଙ୍କ ନଜର ରହିଛି ।
ସେପଟେ କୋଲକାତାରେ ଅଗଷ୍ଟ ୯ ପର ଠାରୁ ଲିଭୁନି ଅଭୟା ନିଆଁ । ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଛନ୍ତି, ଛାତ୍ରଛାତ୍ରୀ, ମହିଳା, ରାଜନୈତିକ ଦଳ, ଓ ବିଭିନ୍ନ ଲୋକେ । ବିରୋଧୀ ବିଜେପି ମଧ୍ୟ ବାରମ୍ବାର ମମତା ସରକାରଙ୍କୁ କଡ଼ା ସମାଲୋଚନା କରୁଛି । ହେଲେ ଏତେ ସବୁ ପରେ ବି ଯେମିତି ଏହି ତଦନ୍ତ କିଛି ବି ଆଗକୁ ଯାଇପାରୁନାହିଁ ।
ଏପଟେ ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ। ସନ୍ଦୀପଙ୍କୁ ପଚରାଉଚରା ପାଇଁ ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଛି CBI।କେବଳ ସନ୍ଦୀପ ନୁହଁନ୍ତି, ତାଙ୍କ ସହ ଦୁଇ ଜଣ ଭେଣ୍ଡର ବିପ୍ଲବ ସିଂହ ଏବଂ ସୁମନ ହାଜରାକୁ ମଧ୍ୟ ସିବିଆଇ ଗିରଫ କରିଛି। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା। ଏପରିକି କଲେଜରେ ଆର୍ଥିକ ଅନିୟମିତତା ନେଇ ସନ୍ଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)