/odishatv-khabar/media/post_attachments/uploadimage/library/16_9/16_9_0/Stolen__1725519968.jpg)
Stolen
ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍ ହୋଇଗଲା ୫ ଲକ୍ଷ ଟଙ୍କା । ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ କରିନେଇଛି । ଯାହାର ଦୃଶ୍ୟ ଦେଖିଲେ ଆପଣ ବିଶ୍ବାସ କରିପାରିବେନି । ଅତି ଚତୁରତାର ସହ ତାଙ୍କ ସ୍କୁଟିରୁ ଗ୍ୟାଗ୍କୁ ଧରି ଚାଲିଯାଉଛନ୍ତି । ମହିଳା ଜଣକ ଚିତ୍କାର କରି ଡାକିବା ସତ୍ତ୍ୱେ ମଧ୍ୟ ଲୁଟେରା ଅଟକି ରହୁନାହିଁ ।
ଏଭଳି ଘଟଣା ପୁଣେରୁ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ଏପରି ଲୁଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହି ସମୟର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦମ୍ପତି ଜଣକ ବ୍ୟାଙ୍କରୁ ଫେରୁଥିବା ସମୟରେ ରାସ୍ତାରେ ଅଟକି ରହିଥିଲେ । ମହିଳାଙ୍କ ସ୍ୱାମୀ କିଛି ଖାଇବା ପାଇଁ ହୋଟେଲକୁ ଯିବାବେଳେ ଲୁଟେରା ଗହଣା ବ୍ୟଗ୍ଟିକୁ ନେଇ ଚାଲିଯାଇଥିଲା ।
ବ୍ୟାଗ୍ ଚୋରି ହେବା ଦେଖି ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଅନେକ ଲୋକ ଏକତ୍ରିତ ହୋଇଥିଲେ । କିନ୍ତୁ ଚୋରକୁ ଧରିବାରେ ସଫଳ ହୋଇନଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ କରୁଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ଚୋର ଧରିବାକୁ ଚେଷ୍ଟା କରୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)