ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍ ହୋଇଗଲା ୫ ଲକ୍ଷ ଟଙ୍କା । ଗଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ କରିଛନ୍ତି । ଅତି ଚତୁରତାର ସହ ତାଙ୍କ ସ୍କୁଟିରୁ ଗ୍ୟାଗ୍କୁ ଧରି ଲୁଟି ନେଇଛନ୍ତି । ମହିଳା ଜଣକ ଚିତ୍କାର କରି ଡାକିବା ସତ୍ତ୍ୱେ ମଧ୍ୟ ଲୁଟେରା ଅଟକି ରହୁନଥିଲା ।
Also Read
ଏଭଳି ଘଟଣା ପୁଣେରୁ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ଏପରି ଲୁଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହି ସମୟର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦମ୍ପତି ଜଣକ ବ୍ୟାଙ୍କରୁ ଫେରୁଥିବା ସମୟରେ ରାସ୍ତାରେ ଅଟକି ରହିଥିଲେ । ମହିଳାଙ୍କ ସ୍ୱାମୀ କିଛି ଖାଇବା ପାଇଁ ହୋଟେଲକୁ ଯିବାବେଳେ ଲୁଟେରା ଗହଣା ବ୍ୟଗ୍ଟିକୁ ନେଇ ଚାଲିଯାଇଥିଲା । ବ୍ୟାଗ୍ ଚୋରି ହେବା ଦେଖି ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଅନେକ ଲୋକ ଏକତ୍ରିତ ହୋଇଥିଲେ । କିନ୍ତୁ ଚୋରକୁ ଧରିବାରେ ସଫଳ ହୋଇନଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ କରୁଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ଚୋରି କରିବାକୁ ଚେଷ୍ଟା କରୁଛି ।