• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୁହୁଳୁଛି ହିଂସା । ବଳି ପଡ଼ୁଛନ୍ତି ଶିକ୍ଷକ । କଡ଼ା ଦାଗିଦ୍‌ । ଶୀଘ୍ର ଚାକିରି ଛାଡ଼ନ୍ତୁ । ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି । ଆଉ ଅନ୍ୟାୟ ନସହିବାକୁ ପିଲାମାନଙ୍କୁ ଶିଖାଉଥିବା ଶିକ୍ଷକମାନେ ଆଖିବୁଜି ନିଜେ ଅନ୍ୟାୟ ଅତ୍ୟାଚାରକୁ ସହିଯାଉଛନ୍ତି ।

ଅଧିକ ପଢନ୍ତୁ : ନାମ୍ୱିଆରେ ଖାଦ୍ୟ ପାଇଁ ହା ହା କାର; ଭୋକ ମେଣ୍ଟାଇବା ପାଇଁ ମରାହେବେ ୭୨୩ ବନ୍ୟଜନ୍ତୁ

ଇଏ ହିଂସାରେ ଜଳୁଥିବା ବାଂଲାଦେଶର କଥା । ବଂଲା ଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାରର ଖବର ଗତ କିଛି ଦିନ ହେବ ଥମିଥିବା ବେଳେ ପୁଣି ସାମ୍‌ନାକୁ ଆସିଛି ଏଭଳି ଘଟଣା । ଏବେ କେବଳ ସାଧାରଣ ଲୋକନୁହଁନ୍ତି ହିନ୍ଦୁ ଶିକ୍ଷକଙ୍କ ପ୍ରତି ଅତ୍ୟାଚାର କରାଯାଉଛି । ଜୋରଜବରଦସ୍ତି ସେମାନଙ୍କୁ ଚାକିରି ଛାଡ଼ିବାକୁ କୁହାଯାଉଛି । ଆଉ ସରକାରଙ୍କ ନାଲି ଆଖି କାରଣରୁ ଏଯାଏଁ ୫୦ ଜଣ ଶିକ୍ଷକ ନିଜର କାର୍ଯ୍ୟ ଛାଡ଼ି ଘରେ ବସିବାକୁ ବାଧ୍ୟ ହୋଇଛନ୍ତି ।

 

ଗତ ଶନିବାର ଦିନ ଏହି ଘଟଣା ସାମ୍‌ନାକୁ ଆସିଛି । ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ବାଂଲାଦେଶ ହିନ୍ଦୁ ଓ ଛାତ୍ର ସଂଗଠନ କହିଛି । ସବୁଠାରୁ ବଡ଼ କଥା ହେଉଛି ଚାକିରି ଛାଡ଼ୁଥିବା ଶିକ୍ଷକ ନିଜର ଇସ୍ତଫା ପତ୍ରରେ କେବଳ ‘ମୁଁ ଚାକିରି ଛାଡ଼ୁଛି’ ବୋଲି ଲେଖୁଛନ୍ତି । ଏହା ବ୍ୟତୀତ ଅନ୍ୟ କିଛି ଲେଖିବାକୁ ମନା କରାଯାଇଛି । ଫଳରେ ଦିନକୁ ଦିନ ହିନ୍ଦୁ ଶିକ୍ଷକଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । 

ଏବେ ବି ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ ରହିଛି । ସରକାର ହିନ୍ଦୁଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ କ୍ଷମା ମାଗିବା ସତ୍ତ୍ୱେ ବି ସେମାନଙ୍କୁ ନିର୍ଯାତନା ଦିଆଯାଉଛି । ବାଂଲାଦେଶର ଏକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଫେସର ଡକ୍ଟର ଚନ୍ଦ୍ରନାଥ ପୋଦ୍ଦାର ଛାତ୍ରମାନଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଆଉ ଭୟରେ ଅନ୍ୟ ଶିକ୍ଷକମାନେ କ୍ୟାମ୍ପସ ଛାଡ଼ି ଚାଲିଯାଇଥିବା କୁହାଯାଉଛି ।

ଅଧିକ ପଢନ୍ତୁ : ବାଇଡେନଙ୍କ ସହ କଥା ହେଲେ ମୋଦି; ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ...

OTV is now on Whatsapp

Join and get latest news update delivered to you via whatsapp

Join Now