• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Brian dead girl
ଏମିତି ବି ଥାଆନ୍ତି ମାଆ; ଝିଅର ଅଙ୍ଗଦାନ କରି ବଞ୍ଚାଇଲେ ଦୁଇ ଦୁଇଟି ଜୀବନ

ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।

Kannad actress
ସୁନ୍ଦର ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କଲେ, ଶେଷରେ ପ୍ରାଣ ହାରିଲେ

ପ୍ରାଣ ନେଇଗଲା ପ୍ଲାଷ୍ଟିକ୍ ସର୍ଜରୀ! ଭାରି ପଡ଼ିଲା ଓଜନ କମାଇବାକୁ ଅସ୍ତ୍ରୋପଚାର । ଯନ୍ତ୍ର ଚର୍ବି ଶୋଷୁ ଶୋଷୁ, ଶୋଷିନେଲା ଜୀବନ ମେଦ । ହ୍ରାସ ପାଇଁ ଉଦ୍ଦିଷ୍ଟ ଲିପୋସକ୍ସନ ସର୍ଜରୀ ଯୋଗୁଁ ପ୍ରାଣ ହରାଇଛନ୍ତି କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ।

Dead man receives govt aid
ମରିବାର ୧୪ ବର୍ଷ ପରେ ଅଫିସ୍‌ରୁ ଆସି ନେଲେ ଟଙ୍କା ? ହେଲେ କେମିତି...

ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍‌ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ..ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।

Body of Odia Jawan
ପୂରଣ ହେଲାନି ନୂଆ ଘର ତିଆରି ସ୍ୱପ୍ନ; ବାହାଘର ସାରି ଯାଇଥିଲେ ହେଲେ ଶବ ହୋଇ ଫେରିଲେ

ଭଉଣୀ ବାହାଘର ସାରି ଚାକିରିକୁ ଫେରିଥିଲେ। ହେଲେ ପୁଣି ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ, ଭଉଣୀ ବାହାଘର ସରିଲା, ଏଥର ଆସିଲେ ନୂଆ ଘର କରିବି। ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ..ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ..ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା

Illegal Mining
ମାଫିଆଙ୍କ ଉତ୍ପାତ; ଖୋଳ କରିଦେଲେଣି କଳାପଥର, ବାଲି ଓ ମାଟି

ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍‌ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

Special Story | Internet coverage issues force locals in Baliguda move miles away from village
ନବୀବ ବାବୁଙ୍କ ବିକାଶ ଏମିତି? ବ୍ୟାଙ୍କ ସେବା ପାଇବାକୁ ୭ କିମି ଚଢିବ ପାହାଡ଼?

ବାଃ ବାଃରେ ବିକାଶ। ବ୍ୟାଙ୍କ ସେବା ପାଇବା ଲାଗି ଚଢିବାକୁ ପଡ଼ୁଛି ୭ କିମିର ପାହାଡ଼ ଘାଟି ରାସ୍ତା। କାଖରେ ଛୋଟ ପିଲାଙ୍କୁ ଧରି ବିପଦ ସଙ୍କୁଳ ଅବସ୍ଥାରେ ପାହାଡ଼ ଚଢୁଛି ମାଆ....ପାଠ ପାଇଁ ଘାଟି ଚଢୁଛନ୍ତି ଛାତ୍ରଛାତ୍ରୀ। ବିଧାୟକ ଓ ପ୍ରଶାସନକୁ ଗୁହାରି ପରେ ବି ଶୁଣୁନାହାନ୍ତି କେହି...

Special Story | Husband, mother-in-law ‘tortured’ by woman in Jajpur
ବୋହୂର ଅତ୍ୟାଚାରରେ ଜଳୁଛନ୍ତି ସ୍ୱାମୀ-ଶାଶୂ...ଦୁଃଖ ଶୁଣୁନି ପୋଲିସ୍‌

ବୋହୂର ଅତ୍ୟାଚାରରେ ଅତିଷ୍ଠ ହେଲେଣି ଶାଶୂ ଓ ସ୍ୱାମୀ। ଘରର କୌଣସି କାମ କରିବାକୁ କହିଲେ ନାଲିଆଖି ଦେଖାଉଛି ବୋହୂ...ବାପଘର ଲୋକଙ୍କୁ ଗୁହାରି କଲେ ସେମାନେ ଝିଅକୁ ୪ ମାସ ପାଇଁ ନେଇଗଲେ ସତ...କିନ୍ତୁ ଥାନାରେ ମାମଲା ଦାୟର କଲେ, ପୋଲିସ ମାଡ଼ ମାରିଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ

Special Story | Locals witness road after 75 years of independence in Kandhamal
ରାସ୍ତା ଦେଖିଲେ ସିମିଝିରି ଗାଁ ଲୋକେ... ଆଉ ପାହାଡ ଚଢି ଘରକୁ ଯିବେନି

ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର। ହାତ ପାହାନ୍ତାରେ ମିଳିବ ମୋଳିକ ସୁବିଧା। ଆଦିବାସୀ ଅଧ୍ୟୁଷିତ କନ୍ଧମାଳରୁ ଏ ରିପୋର୍ଟ...

Special Story | Elderly woman carried on trolley to receive allowance in Binika
ମାତ୍ର ୫୦୦ ଟଙ୍କା ପାଇଁ ଏମିତି ଉଦୁଉଦିଆ ଖରାରେ ଏନଏସି ଅଫିସ ଯାଉଛନ୍ତି ୮୦ ବର୍ଷିୟା ବୃଦ୍ଧା...

ସରକାରୀ ଯୋଜନାକୁ ସତ ଧିକ୍‌। ମାତ୍ର ୫୦୦ ଟଙ୍କା ପାଇଁ ସରକାରୀ ଅଫିସ୍‌କୁ ଏମିତି ଟ୍ରଲିରେ ବୁହା ହୋଇ ଯାଉଛନ୍ତି ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ। ଘରେ ଆଣି ଭତ୍ତା ଦେବାକୁ ବାରମ୍ବାର ସରକାରୀ ବାବୁଙ୍କୁ ଗୁହାରି କଲେଣି ପରିବାର ଲୋକେ। ହେଲେ ଦାୟିତ୍ୱହୀନ ଉତ୍ତର ଦେଇ ହାତବାନ୍ଧି ବସିଛନ୍ତି ସରକାରୀ ବାବୁ...

Special Story | Russian President Putin \'Seriously Ill\', say reports
ପୁଟିନଙ୍କୁ ବ୍ଲଡ୍‌ କ୍ୟାନ୍ସର ! ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ !

ଋଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ବ୍ଲଡ୍‌ କ୍ୟାନ୍ସର । ଜୀବନ ମରଣ ସହ କରୁଛନ୍ତି କି ସଂଘର୍ଷ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ...

Odisha Congress
କଂଗ୍ରେସ ପାଇଁ ସଞ୍ଜିବନୀ ହେବ କି ଚିନ୍ତନ ଶିବିର ମନ୍ତ୍ର

ରାଜ୍ୟ କଂଗ୍ରେସ ପାଇଁ ସଞ୍ଜିବନୀ ହେବକି ଉଦୟପୁର ଚିନ୍ତନ ବୈଠକରୁ ମିଳିଥିବା ମନ୍ତ୍ର ? ଲୁପ୍ତପ୍ରାୟ ସ୍ଥିତିରୁ ବଳ ଗୋଟାଇ ଆଗକୁ ବଢିବ କି ଦଳ ? ଏକ ପରିବାର ଏକ ଟିକଟ, ଯୁବ ନେତାଙ୍କୁ ପ୍ରାଧାନ୍ୟ ଓ ଏକଜୁଟ୍ ହୋଇ ଲଢିବା ଲାଗି ନିଆ ଯାଇଥିବା ସଂକଳ୍ପକୁ ସମ୍ମାନ ଦେବେ କି ରାଜ୍ୟର ନେତା ?

Odisha Border
ସିମାନ୍ତରେ ସ୍ଥିତି ସାଂଘାତିକ; ପିଲାଠୁ ବୟସ୍କ ଓଡ଼ିଆ ଭୁଲି କହୁଛନ୍ତି ତେଲୁଗୁ

ପଡ଼ୋଶୀ ଆନ୍ଧ୍ରର ବିସ୍ତାରବାଦୀ ନୀତି ଆଗରେ ହାତରୁ ଖସିଯାଉଛି କୋରାପୁଟ ଜିଲ୍ଲାର ଓଡ଼ିଶା ସୀମାନ୍ତ । ଓଡ଼ିଶା ମାନଚିତ୍ରରେ ଥିବା କୋଟିଆ ଓ ସମ୍ବାଇ ପରେ ପଟାଙ୍ଗି ବ୍ଲକର ବାଙ୍ଗାରୁଗୁଡ଼ି ଗାଁକୁ ନିଜ୍ କବ୍ଜାକୁ ନେବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ସରକାର ।

aparajita sarangi
ପରିକ୍ରମା ପ୍ରକଳ୍ପ ସ୍ଥିତି ଖୁବ୍ ଜଟିଳ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବାକୁ ନେଇ ପ୍ରଶ୍ନ । ଆଇଏଏସ୍ ଅଫିସର୍ ବୀର ବିକ୍ରମ ଯାଦବ ପୂର୍ତ୍ତ ସଚିବ ସହ ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି, ଯାହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

LIC Stock
ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି ମାରିବ ଏଲ୍ଆଇସି

ଆସନ୍ତାକାଲି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ । କାରଣ ପହିଲି ନାଚରୁ ଗୋଡ଼ ଫରକା ଭଳି ଗ୍ରେ ମାର୍କେଟ୍‌ରେ ଏଲ୍ଆଇସି ସେୟାରର ମୂଲ୍ୟ ଖସିଛି । ଏଥିପାଇଁ ବିଶ୍ୱ ବଜାରରେ ଅସ୍ଥିରତା ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ଦାୟୀ କରାଯାଉଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏହା ଉତ୍ତମ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।

Srimandir
କରିଡର୍ ସ୍ଥଳରୁ ମିଳିଲା ଖନନ ବେଳେ ଭାଙ୍ଗିଥିବା ସିଂହ ମୂର୍ତ୍ତି

ଯାହା ଶଙ୍କା ଥିଲା ସେୟା ହେଲା, ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଚାଲିଥିବା ଗଭୀର ଖନନରେ ବହୁ କିର୍ତ୍ତୀରାଜୀ ବଳି ପଡ଼ିଥିବା କଥା ସତ ହେଲା । ଆଜି ଏମଆର ମଠ ପରିସରରୁ ଏକ କାରୁକାର୍ଯ୍ୟପୂର୍ଣ୍ଣ ଭଙ୍ଗା ସିଂହମୂର୍ତ୍ତି ମିଳିବା ପରେ ସୃଷ୍ଟି ହୋଇଛି ସେବାୟତ, ବୁଦ୍ଧିଜୀବୀ ଓ ଐତିହ୍ୟ ଗବେଷକଙ୍କ ମନରେ ଗଭୀର ଆଲୋଡ଼ନ ।

Odisha Border
ଓଡ଼ିଶା ଉପରୁ ହଟୁନି ଆନ୍ଧ୍ରର ଲୋଲୁପ ନଜର; ଆବାସ ସହ ସ୍କୁଲ ନିର୍ମାଣ କରି ଓଡ଼ିଆଙ୍କୁ କରୁଛି ପ୍ରଲୋଭିତ

ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ର ଜାରି ରଖିଛି ତାର ବିସ୍ତାରବାଦୀ ନୀତି । କୋଟିଆ ପରେ ଆନ୍ଧ୍ରର ଆଉ ଏକ ଟାର୍ଗେଟ । ଓଡ଼ିଶାରେ ଧସେଇ ପଶିଛି ପ୍ରାୟ ୧୩ କିଲୋମିଟର

gold
ସୁନାଖଣି ଜଙ୍ଗଲରେ ମିଳିଲା କି ସୁନାର ସନ୍ଧାନ ?

ତେଲକୋଇ ଓ ବାଂଶପାଳ ଜଙ୍ଗଲରେ ଏବେ ସେଟେଲାଇଟ୍‌ ମ୍ୟାପିଂ ଜରିଆରେ ସୁନାଖଣିର ସନ୍ଧାନ ଚାଲି

Special Story
 ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...  

special story
ହୋମଗାର୍ଡଙ୍କ ଗୁଣ୍ଡାଗିରି : ଗାଡ଼ିରୁ ଘୋଷାଡ଼ି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ

ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍‌ ବାବୁ ।

Special story
ରାଜ୍ୟରେ କେତେ ସୁରକ୍ଷିତ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ?

  ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍

orphan
ଅନାଥଙ୍କ ମୁହଁରେ ହସ : ବଜାର ବୁଲି ମନ ପସନ୍ଦର ଜିନିଷ କିଣିଲେ ବାପାମା’ ଛେଉଣ୍ଡ ପିଲା

ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ

Odisha's Joranda temple
ମାତ୍ର ୧୭ ଦିନରେ ଆଇସକ୍ରିମ କାଠିରେ ରାମ ମନ୍ଦିର ଓ ମହମରେ ତିଆରି କରିଦେଲେ ଯୋରନ୍ଦା ମନ୍ଦିର

ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ।

 Odisha Vigilances crackdown
୧୫ ଦିନରେ ଧରାପଡ଼ିଲେଣି ପ୍ରାୟ ୧୦ ସରକାରୀ କର୍ମଚାରୀ

ଦୁର୍ନୀତିର ଚେର ଉପାଡ଼ିବାକୁ ପଣ କରିଛି ଭିଜିଲାନ୍ସ। ହେଲେ ସେହି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ନିଜେ ପଡ଼ିଛନ୍ତି ଭିଜିଲାନ୍ସ ହାତରେ। ଏ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ହଜାରେ କି ଲକ୍ଷେ ନୁହେଁ, ଲାଞ୍ଚ ନେଉଥିଲେ ୧୦ ଲକ୍ଷ ଟଙ୍କା।

Odisha schools
ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦୁର୍ବଳ

ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।