• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଶ୍ୱରଙ୍କ ସୃଷ୍ଟିର ଏକ ମୂଲ୍ୟବାନ ଉପହାର ବନ୍ଧୁତା । ନିଃସର୍ତ୍ତ ପ୍ରେମ, ପୁଣି ନିର୍ଭରଶୀଳତାର ଏକ ସର୍ତ୍ତହୀନ ସମ୍ପର୍କ । ବିଶ୍ୱାସର ମୂଳଦୁଆ ଉପରେ ଗଢ଼ା ଏ ସମ୍ପର୍କ । ଭାରତ, ପାକିସ୍ତାନ ମଧ୍ୟରେ ଚାଲିଥିବା ଶତ୍ରୁତା ଶୀର୍ଷରେ ଥିବାବେଳେ ଉଭୟ ଦେଶର ଦୁଇ ଯୁବତୀଙ୍କ ବନ୍ଧୁତ୍ୱର ସମ୍ପର୍କ ନୂଆ ବାର୍ତ୍ତା ଦେଉଛି, ନୂଆ ଆଶା ଦେଖାଇଛି । ହୋଇପାରେ ଦୁଇ ଦେଶ ମଧ୍ୟରେ ମନୋମାଳିନ୍ୟ ବଢ଼ି ବଢ଼ି ଚାଲିଛି । ହେଲେ ହାଭାର୍ଡ ବିଜିନେସ୍‌ ସ୍କୁଲରେ ଧ୍ୱଜା ଦିବସରେ ଦୁଇ ବନ୍ଧୁଙ୍କ ଏକ ଫଟୋ ଏବେ ଚର୍ଚ୍ଚାର ପରିଧିକୁ ଆସିଛି ।

ଲିଙ୍କଡଇନର ଆର୍ଲି ଷ୍ଟେପ୍ସ ଏକାଡେମୀର ସିଇଓ ଅଛନ୍ତି ଭାରତୀୟ ଯୁବତୀ ସ୍ନେହା । ଏକ ପୋଷ୍ଟ ମାଧ୍ୟମରେ ପାକିସ୍ତାନୀ ଯୁବତୀଙ୍କ ସହ ତାଙ୍କ ବନ୍ଧୁତ୍ୱର କାହାଣୀ ବାଣ୍ଟିଛନ୍ତି । ହାଭାର୍ଡ ବିଜିନେସ୍‌ ସ୍କୁଲରେ ପାକିସ୍ତାନୀ ଯୁବତୀଙ୍କ ସହ ତାଙ୍କର ପ୍ରଥମ ଦେଖାହୁଏ । ସବୁବେଳେ ପାକିସ୍ତାନ ସରକାରଙ୍କ ନୀତି ସମ୍ପର୍କରେ ଶୁଣି ଶୁଣି ତାଙ୍କର ବି ଭିନ୍ନ ଧାରଣ ଥିଲା । ହେଲେ ବନ୍ଧୁଙ୍କୁ ଦେଖିବା ପରେ ସବୁ ଧାରଣା ତାଙ୍କର ବଦଳିଯାଏ । ଖୁବ୍‌ କମ୍‌ ଦିନରେ ଉଭୟ ଭଲ ବନ୍ଧୁ ପାଲଟି ଯାଆନ୍ତି ।

 

 
Special storyଭାରତୀୟ ଯୁବତୀ ବଖାଣିଲେ ନିରୋଳା ବନ୍ଧୁତାର କାହାଣୀ

ଚା’ ଖଟିରୁ ଆରମ୍ଭ କରି ବିଜିନେସ୍‌ ମଡେଲ ପର୍ଯ୍ୟନ୍ତ ସବୁବେଳେ ଉଭୟ ସାଥୀରେ ଥାଆନ୍ତି । ସ୍ନେହାଙ୍କ ବନ୍ଧୁ ଏକରକ୍ଷଣଶୀଳ ପାକିସ୍ତାନୀ ପରିବାରରେ ବଢ଼ିଛନ୍ତି, କିନ୍ତୁ ତାଙ୍କ ବାପାମା’ ତାଙ୍କୁ ସବୁବେଳେ ସମର୍ଥନ କରନ୍ତି । ସ୍ନେହା କହନ୍ତି, ବନ୍ଧୁଙ୍କର ସ୍ୱପ୍ନ ପାଇଁ କାମ କରିବାର ଇଚ୍ଛା ତାଙ୍କୁ ପ୍ରେରଣା ଦିଏ ।

ସ୍ନେହା ଉଭୟଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ଜଣ ନିଜ ନିଜ ଦେଶର ଜାତୀୟ ପତାକା ଧରି ପୋଜ୍‌ ଦେଇଛନ୍ତି । ଉଭୟ ମୁହଁରେ ଥିବା ହସ ତାଙ୍କର ପ୍ରଗାଢ଼ ବନ୍ଧୁତାକୁ ସୂଚାଉଛି । ଆଉ ଏହି ଫଟୋକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି ।

 

ଜଣେ ୟୁଜର ଲେଖିଛନ୍ତି, ଉଭୟ ଦେଶ ମଧ୍ୟରେ ଭିନ୍ନତା ଆମେ ଆଣିଛୁ , ଆଉ ତାକୁ ଭାଙ୍ଗିବା ଆମର ଦାୟିତ୍ୱ । ଆଉ ଜଣେ ୟୁଜରଲେଖିଛନ୍ତି, ଦୁଇ ଦେଶ ମଧ୍ୟରେ ଥିବା LoC ମଣିଷ ଦ୍ୱାରା ନିର୍ମାଣ ହୋଇଛି, ଯାହା ହେଲେ ବି ଆମେ ସମସ୍ତେ ସମାନ ପ୍ରକାରର ମଣିଷ । ସ୍ନେହାଙ୍କ ପୋଷ୍ଟକୁ କିଛି ଲୋକ ପସନ୍ଦ କରିଥିବା ବେଳେ କେହି କେହି ଏହାକୁ ସମାଲୋଚନା କରିଛନ୍ତି ।