• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Food Meal
ମାତ୍ର ୫୦ ଟଙ୍କାରେ କଦଳୀ ପତ୍ରରେ ପରସା ଯାଉଛି ଦେଶୀ ଖାଦ୍ୟ, ଏଇଠି ପଇସା ନୁହେଁ ସ୍ନେହ ବଡ଼

ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍‌ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍‌। ଲୋକେ ବି ବେଶ୍‌ ଭିଡ଼ ଜମାଉଛନ୍ତି..ଦେଖନ୍ତୁ କେମିତି ପରସା ଯାଉଛି ଖାଇବା

Maharashtrian Couple
କି ପାପ କରିଥିଲା ନିଷ୍ପାପ ଶିଶୁ; ବାପା ମାଆ ଚାଲି ଗଲେ, ସାଙ୍ଗରେ ପିଲାଟାକୁ ବି ନେଇଗଲେ

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।

Teacher Crisis
୭୦ ପିଲାକୁ ଜଣେ ଶିକ୍ଷକ; ଏମିତି ଗଢ଼ାଯିବ ପିଲାଙ୍କ ଭବିଷ୍ୟତ ?

ସ୍କୁଲରେ ଥିବା ପିଲାମାନେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ନିଜର ପାଠ ପଢିବାର ନିଶା ଆଉ ତାଙ୍କ ସ୍କୁଲର ଅସୁବିଧା ସରକାରଙ୍କ ସାମ୍ନାରେ ବେଶ୍‌ ଶାଣିତ ଢଙ୍ଗରେ ରଖିଛନ୍ତି ସ୍କୁଲ ପିଲା। କେବଳ ଦାବି କରିନାହାନ୍ତି ବରଂ କହିଛନ୍ତି ଅସୁବିଧାର ସମାଧାନ କର, ସ୍କୁଲରେ ଶିକ୍ଷକ ନିଯୁକ୍ତି କର।

Teacher Crisis
ଏ କେମିତିକା ସରକାର? ୭୦ ପିଲାଙ୍କୁ ଦିଆଯାଇଛି ଜଣେ ଶିକ୍ଷକ..ଏଇଠି ପିଲା ପଢିବେ ତ?

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍କୁଲରେ ଅଛନ୍ତି ୭୦ ପିଲା ହେଲେ ଶିକ୍ଷକ ମାତ୍ର ଜଣେ..ଏଇଠି ପିଲା ପଢିବେ କେମିତି? କଲେକ୍ଟର କହୁଛନ୍ତି ଆଡମିଶନ୍‌ ଚାଲିଛି ଖୁବଶୀଘ୍ର ଶିକ୍ଷକ ଆସିବେ ହେଲେ ଅଭିଭାବକ କହୁଛନ୍ତି ଏ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ କଣ ମୁର୍ଖ ହେବା ପାଇଁ

love for animal
ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ ବାରିକ... ଖାଇବା ଦିଅନ୍ତି, ପିଇବାକୁ ପାଣି ଦିଅନ୍ତି

ଏ ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ..

Ranapa Dance
ଗୌରବ ଆଣିଲେ ଦୁଇ ଭାଇ.. ରଣପା ନୃତ୍ୟ କରି ରେକର୍ଡ କଲେ ବିଭୂଦତ୍ତ ଓ ବିଭାସ..

ଦେଖିବାକୁ କିନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ.

Nayagarh Youth Trains
ଇଏ ଏମିତି ଜଣେ ଯବାନ, ଯିଏ ଛୁଟିରେ ଆସିଲେ ବି ଗାଁ ଟୋକାକୁ ଦିଅନ୍ତୁ ଆର୍ମିଂ ଟ୍ରେନିଂ

ଇଏ ଏମିତି ଜଣେ ଯବାନ ଯାହାଙ୍କ କାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ଦିଲ୍ଲୀରେ ଅର୍ଦ୍ଧସାମରୀକ ବାହିନୀରେ କାମ କରୁଛନ୍ତି..ହେଲେ ଛୁଟିରେ ଯେତେବେଳେ ଆସନ୍ତି, ଗାଁ ଟୋକାଙ୍କୁ ସ୍କୁଲ ପଡ଼ିଆରେ ଏମିତି ଟ୍ରେନିଂ ଦିଅନ୍ତି। ଟ୍ରେନିଂ ପାଇବା ପରେ ଅନେକ ପିଲା ସେନାରେ ଚାକିରି ମଧ୍ୟ କରିଛନ୍ତି.

Amazon
ଏଣିକି ଆମାଜନ୍‌ରେ ତେନ୍ତୁଳି ମିଳିବ, ରେଟ୍‌....

ଆଉ ଅଭାବୀ ବିକ୍ରିର ଶିକାର ହେବେନି ତେନ୍ତୁଳି ତୋଳାଳି। ଏଣିକି ଆମାଜନ୍‌ରେ ଅନଲାଇନ୍‌ ଅର୍ଡ଼ର କଲେ ଆପଣଙ୍କ ଘର ପାଖରେ ପହଞ୍ଚିଯିବ ତେନ୍ତୁଳି। ଦାମ୍‌ ରହିଛି ମାତ୍ର ଏତିକି.

Sonu Sood
ଲୋକଙ୍କୁ ସାହାଯ୍ୟ ସୋନୁଙ୍କ ପାଇଁ ହେଲା ମହଙ୍ଗା..ଫିଲ୍ମରେ ମିଳୁନି ନେଗେଟିଭ୍‌ ରୋଲ୍‌

କରୋନା କାଳରେ ଲୋକଙ୍କୁ ସାହାଯ୍ୟ ସୋନୁଙ୍କୁ ପଡ଼ିଲା ମହଙ୍ଗା। ବଲିଉଡ୍‌ରେ ସୋନୁଙ୍କୁ ମିଳୁନି ନେଗେଟିଭ୍‌ ରୋଲ। ସ୍ଥିତି ଏମିତି ହେଲାଣି କି ନିର୍ଦ୍ଦେଶକ ସୋନୁଙ୍କ ପାଇଁ ବଦଳାଉଛନ୍ତି ସ୍କ୍ରିପ୍ଟ। ଫ୍ୟାନ କହିଲେ..

BJP 2024
ବିଜେପି ଟାର୍ଗେଟରେ ଓଡିଶା

ବିଜେପିର ମିଶନ୍ ୨୦୨୪ । ଟାର୍ଗେଟ୍ ୧୯ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ । ଉତ୍ତରପ୍ରଦେଶ ସମେତ ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବା ପରେ ନଜର ଆଗାମୀ ସାଧାରଣ ନିର୍ବାଚନ ଉପରେ । କାରଣ ୨୪ ନିର୍ବାଚନ ଲାଗି ହାତରେ ଆଉ ୨୪ ମାସରୁ ବି କମ୍ ସମୟ ରହିଲା ।

Severe Heatwave
ଆଗକୁ ତାତି ଆହୁରି ବଢିବ

ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

Covid 19
କିଶୋରଙ୍କ ପରେ ଏବେ ପିଲାଙ୍କ ପାଇଁ କରୋନା କବଚ ଆସିଲା

କିଶୋରଙ୍କ ପରେ ଏବେ ପିଲାଙ୍କୁ ମିଳିବ କରୋନା କବଚ । ୫ରୁ ୧୨ ବର୍ଷ ବୟସ ବର୍ଗଙ୍କ ଲାଗି ଦୁଇଟି କୋଭିଡ୍ ଟିକାକୁ ଅନୁମୋଦନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ- DCGI । ୬ରୁ ୧୨ ବର୍ଷ ବୟସର ପିଲାଙ୍କ ଲାଗି ଭାରତ ବାୟୋଟେକ୍‌ର କୋଭିଡ୍ ଟିକା- କୋଭାକ୍ସିନ୍‌ର ଜରୁରୀ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି DCGI ।

OPCC President
ରାଜ୍ୟ କଂଗ୍ରେସ ଭିତରେ ଚାଲିଛି ମାନସ ମନ୍ଥନ କିଏ ଧରିବ ଦଳର ହାତ

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।

Srimandir Parikrama Project
ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପକୁ ନେଇ ଛକା ପଞ୍ଝା

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆସନ୍ତାକାଲି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି ।

Odia Tele Actor
ନିଜର ହାଣ୍ତସମ୍‌ ଲୁକ୍‌ରେ ପାଗଳ କରୁଥିଲେ ଯୁବତୀଙ୍କୁ ଓ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ସାମ୍ନାକୁ ଆସିଲା ସୁମନଙ୍କ ସାଙ୍ଘାତିକ ସତ। ନିଜର ସୁନ୍ଦର ଚେହେରା, ଆଉ ମିଠା କଥା ପାଇଁ ସୁନ୍ଦର ଯୁବତୀଙ୍କ ସହ ରଖୁଥିଲେ ଲିଭ୍‌ ଇନ୍ଜ‌ ରିଲେସନସିପ୍‌। ପ୍ରେମର ମାୟାଜାଲରେ ଏମିତି ଛନ୍ଦି ଦେଉଥିଲେ ଯେ, ସୁମନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ତରୁଣୀ ଯୁବତୀ ।

special story
ଓଡ଼ିଆଣୀ ହେଲେ ବିଦେଶିନୀ : ଜର୍ମାନୀର ଝିଅ ଏବେ ସୌରଭଙ୍କ ଅର୍ଦ୍ଧାଙ୍ଗିନୀ, ବଲାଙ୍ଗୀର ବୋହୂ

ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଛନ୍ତି ନବ ଦମ୍ପତ୍ତି ।

marriage
ବିବାହକୁ ସ୍ମରଣୀୟ କରିବାକୁ ନୂଆ ଉପାୟ : ମଣ୍ଡପକୁ ବେଲୁନରେ ଉଡ଼ି ଉଡ଼ି ଆସିଲା କନିଆ...

ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଏକ ଭିଡିଓ ଭାଇରାଲ ହେଉଛି । ବେଲୁନରେ ଉଡି ଉଡି ଆସିଲା କନିଆ ।

special report
ହାତର ଯାଦୁ ଦେଖି ଚକିତ ହୋଇଗଲା ସାରା ବିଶ୍ୱ, ରେକର୍ଡ କଲେ ଓଡ଼ିଆ ଝିଅ...

କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।

Economics graduate
ଇକୋନମିକ୍ସରେ ସ୍ନାତକ କରି ଚା’ ବିକୁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଗୁପ୍ତା ବିହାର ପାଟନାର ମହିଳା ମହାବିଦ୍ୟାଳୟ ବାହାରେ ଚା ଦୋକାନ କରିଛନ୍ତି । ସେ ୨୦୧୯ ରେ ଅର୍ଥନୀତିରେ ସ୍ନାତକ ପାସ କରିଛନ୍ତି ।

Naba Das
ଅଡୁଆରେ ମନ୍ତ୍ରୀ ନବ ଦାସ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସରେ ରୋଷେୟାଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଓ ପରେ ରାତି ଅଧିଆ ବ୍ୟବଚ୍ଛେଦ ପଛର ରହସ୍ୟକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

Sonali
ଝିଅ ସହ ମାଆ ନାମରେ ବି ମାମଲା ରୁଜୁ

ଭୁବନେଶ୍ୱରର ବହୁଚର୍ଚ୍ଚିତ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ବଢିଲା ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ଅଡୁଆ । ଆତ୍ମହତ୍ୟାର ଅଢ଼େଇ ମାସ ପରେ ପୋଲିସ ରୁଜୁ କରିଛି ମାମଲା, ତାହା ପୁଣି ହାଇକୋର୍ଟଙ୍କ ଛାଟ ବାଜିବା ପରେ ।

Corona
ଦିନକରେ ଦେଶରେ କରୋନା ସଂକ୍ରମଣ ୬୫% ବୃଦ୍ଧି

ଗତକାଲି ସାମାନ୍ୟ କମିବା ପରେ, ଆଜି ପୁଣି ୨ ହଜାର ଟପିଛି ଦେଶର ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତ ବଢ଼ିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବିଗୁଡ଼ୁଥିବା ଦେଖି, ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦେଶର R ଭାଲ୍ୟୁ ୧ ଟପିବା ପରେ, ଚିନ୍ତା ଦ୍ୱିଗୁଣିତ ହୋଇଛି ।

Mahanadi
କାହିଁକି ସରକାରଙ୍କ ନଜରରେ ପଡୁନି ମହାନଦୀର ମହାବିପତ୍ତି ?

ମହାନଦୀ ହେଉଛି ଆମ ମାଆ ଓ ଜୀବନ ଧାରଣର ରାହା । ହେଲେ ଆକାଶମାର୍ଗରୁ ଉତ୍ତୋଳିତ ଚିରସ୍ରୋତା ମାଆର ଏ ବିକଳ ଚିତ୍ରକୁ ଟିକେ ନିରିଖେଇ ଦେଖନ୍ତୁ । ସୋନପୁର ଓ ବୌଦ୍ଦରେ କେମିତି ଧୀରସ୍ଥିର ଓ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି ।

Mahanadi
କେବେ ଫେରିବ ମହାନଦୀର ପୂର୍ବାବସ୍ଥା ?

ଶୁଖିଯାଉଛି ମହାନଦୀ, ସଙ୍କଟରେ ଜୀବନ ଓ ଜୀବୀକା । ଦିନେ ଚିରସ୍ରୋତା ଥିଲା ହେଲେ, ଆଜି ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଗୁରୁତର ହେଲାଣି ପିଇବା ପାଣି ସହ ବିଜୁଳି ସଙ୍କଟ । ଶୁଖିଲା ନଦୀ ପାଇଁ ଅବବାହିକା ଅଞ୍ଚଳ ସବୁ ତାତିରେ ହେଉଛି ଆଉଟୁପାଉଟୁ ।

2024 General Election
ଏବେଠୁ ବିଜେଡିର ପ୍ରାକ୍ ପ୍ରସ୍ତୁତି

କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେଡିର ସାଙ୍ଗଠନିକ ସ୍ତରରେ ହେବ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳ ଅପେକ୍ଷା ସଙ୍ଗଠନ ଉପରେ ଦଳର ଅଧିକ ଗୁରୁତ୍ୱ । ୨୪ ନିର୍ବାଚନ ପାଇଁ ଦଳକୁ ଅଧିକ ଦକ୍ଷ, ସଙ୍ଗଠିତ ଓ ଶକ୍ତିଶାଳୀ କରିବାକୁ ବଦଳିବ ବିଜେଡିର ସାଙ୍ଗାଠନିକ ଢାଞ୍ଚା ।