• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ମୁଁ ଆଉ କଷ୍ଟ ସହିପାରୁନି । ୫ ମାସ ହେଲାଣି ଛାତିରେ ପ୍ରବଳ ଯନ୍ତ୍ରଣା ହେଉଛି । ଏତେ କଷ୍ଟ ହେଉଛି ଯେ, ରାତିରେ ମୁଁ ଶୋଇପାରୁନି । ଆଉ କେତେ କଷ୍ଟ ସହିବି ? ଆଉ ମୋ ଦ୍ୱାରା ସହ୍ୟ ହେଉନି । ଅପରେସନ୍‌ ହେଲା ସତ କିନ୍ତୁ ମୋର କଷ୍ଟ ଟିକେ ବି କମିଲାନି । ଭାଇ, ଦେଇ, ବୋଉ ମୋର ସମସ୍ତଙ୍କୁ ଗୋଟିଏ ଅନୁରୋଧ ମୋ ଝିଅକୁ ଭଲରେ ରଖିବ । ମୋର କଷ୍ଟ ପାଇଁ ମୁଁ ଆଜି ବିଦାୟ ନେଉଛି । ମେଡିସିନ୍‌ ଖାଇ ଖାଇ ଭାରି ବିରକ୍ତ ହେଲିଣି । ତେଣୁ ମୁଁ ନିଷ୍ପତ୍ତି ନେଇଛି ଜୀବନ ହାରିବାକୁ । ହେଲେ ମୋର ମରିବା ପଛରେ କେହି ଦାୟୀ ନୁହନ୍ତି। ତୁମେ ସମସ୍ତେ ବହୁତ ଭଲ । ମୋର ଯଦି କିଛି ଭୁଲ ଥିବ ତେବେ ମତେ କ୍ଷମା କରିବ’ । ଏଭଳି ହୃଦୟବିଦାରକ ଚିଠି ଲେଖି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ ମୀନାକ୍ଷୀ ।

୫ ମାସ ହେବ ଭୀଷଣ ଯନ୍ତ୍ରଣା ଭୋଗୁଥିଲେ ମୀନାକ୍ଷୀ । ଆଉ ସେଇ ଯନ୍ତ୍ରଣାକୁ ସହିବା ସମ୍ଭବ ବି ନଥିଲା ମିନାକ୍ଷୀଙ୍କ ପକ୍ଷରେ। ସେଥିପାଇଁ ଜୀବନହାରିବା ଭଳି ନେଲେ ଚରମ ନିଷତ୍ତି ନେଲେ ମୀନାକ୍ଷୀ । ବେଶ୍‌ ହସ ଖୁସିରେ ସଂସାର ଚାଲିଥିଲା । ଝିଅକୁ ଜୀବନଠୁ ବି ଅଧିକ ଭଲପାଉଥିଲେ । ଶାଶୂଘର ଲୋକ ବେଶ୍‌ ଭଲ ବି ଥିଲେ । ଆଉ ସ୍ୱାମୀ ପୁଣି ଯବାନ । ଖାଲି ଏତିକି ନୁହେଁ ନିଜେ ମଧ୍ୟ ଶିକ୍ଷୟିତ୍ରୀ ଥିଲେ । ଟଙ୍କା ପଇସାର ଘରେ ସେମିତି କିଛି ଅଭାବ ନଥିଲା କି ପାରିବାରିକ ବିବାଦ ବି ନଥିଲା । ମାତ୍ର ୫ ମାସ ତଳେ ଛାତିରେ ଧୀରେ ଧୀରେ କଷ୍ଟ ବଢିବାରେ ଲାଗିଲା। ଆଉ କଷ୍ଟ ଅସହ ହେବାରୁ ଏନେଇ ଶାଶୂଘର ଲୋକଙ୍କୁ ଜଣାଇ ଥିଲେ ମୀନାକ୍ଷୀ । ଆଉ ସାଙ୍ଗେ ସାଙ୍ଗେ ମେଡିକାଲ ଦେଖାଇ ଚିକିତ୍ସା ବି କରାଯାଇଥିଲା ।

ମେଡିସିନ୍‌ରୁ କୌଣସି ଲାଭ ନହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୀନାକ୍ଷୀଙ୍କର ଅପରେସନ୍‌ ହୋଇଥିଲା । କିନ୍ତୁ ଯନ୍ତ୍ରଣା କମିନଥିଲା ହେଲେ ମେଡିସିନ୍‌ ବଢିଥିଲା । ଯେଉଁଥି ପାଇଁ ଚାପଗ୍ରସ୍ତ ଥିଲେ ମୀନାକ୍ଷୀ । ଧୀରେ ଧୀରେ ଯନ୍ତ୍ରଣା ବଢିବାରୁ କଷ୍ଟକୁ ସହିପାରିଲେନି ବୋଲି ନିଜ ଶେଷ ଚିଠିରେ ଲେଖିଛନ୍ତି ମୀନାକ୍ଷୀ । ପରିବାର ଲୋକଙ୍କ କହିବା ଅନୁସାରେ, ସମ୍ପର୍କୀୟଙ୍କ ଜନ୍ମଦିନ ଉତ୍ସବ ଥିଲା ବୋଲି ସମସ୍ତେ ସେଠାକୁ ଯାଇଥିଲେ । ଆଉ ଏତିକି ବେଳେ ରୋଷେଇ ଘରେ ବେକରେ ଶାଢୀ ଲଗାଇ ଝୁଲି ପଡ଼ିଥିଲେ ମୀନାକ୍ଷୀ । ଆଉ ପରିବାର ଲୋକ ଆସି ଦେଖିବା ପରେ ସବୁ କିଛି ସରିଯାଇଥିଲା । ମୀନାକ୍ଷୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ । ହେଲେ ମାନାକ୍ଷୀ କାହିଁକି ଏମିତି ନିଷ୍ପତ୍ତି ନେଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି । ତେବେ ମୀନାକ୍ଷୀଙ୍କ ଚାଲିଯିବାର ଦୁଃଖରେ ଦୁଇ ପରିବାରରେ ଶୋକର ପରିବେଶ ଖେଳିଯାଇଛି । ଆଉ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ମୀନାକ୍ଷା ତୁ ଏ କଣ କଲୁ?

ରିପୋର୍ଟର- ନିରଞ୍ଜନ ବେହେରା