• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହେଉଛି ବ୍ୟାପକ ଅନିୟମିତତା । ଆବାସ ପୋର୍ଟାଲ ଖୋଲି ସାନି ଆବେଦନ ପାଇଁ ଅନୁମତି ଦେବା ଦାବି ନେଇ ନୂଆଦିଲ୍ଲୀ ଯାଇଥିବା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଆଜି ଏମିତି ବାଣୀ ଶୁଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ଦୁର୍ନୀତିର ଚିଠା ଖୋଲି କହିଛନ୍ତି ଆଗକୁ ଯୋଜନାରେ ସ୍ୱଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଆବାସ ମଂଜୁର କରାଯିବ । ତେବେ ଅମାତ୍ କହିଛନ୍ତି, PMAY ରେ ସ୍ୱଚ୍ଛତା ରଖାଯାଇଛି, ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା! ଘର ଆବଣ୍ଟନରେ ନାହିଁ ସ୍ୱଚ୍ଛତା । ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର! ଆବାସ ଯୋଜାନକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କଳି ଲାଗି ରହିଥିବାବେଳେ ଯୋଜାନର ଦୁର୍ନୀତି ନେଇ ଗୁମର ଖୋଲିଛନ୍ତିି ଖୋଦ୍ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । ଆଜି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଆଲୋଚନା ବେଳେ ଗିରିରାଜ ଆବାସ ଅନିୟମିତତାର ଚିଠା ଖୋଲିଥିଲେ । ଆଉ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

ରାଜ୍ୟ ମନ୍ତ୍ରୀଙ୍କ ମୁହେଁ ମୁହେଁ ଗିରିରାଜ କହିଛନ୍ତି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ତ୍ୟୁଟି ଧରିଛି କେନ୍ଦ୍ରୀୟ ଟିମ୍ । ରାଜ୍ୟକୁ ଫନି ବାତ୍ୟା ପରେ ଦିଆଯାଇଥିବା ଘର ମଧ୍ୟରୁ ୩୭ ପ୍ରତିଶତରେ ଗଡ଼ବଡ଼ି ରହିଛି । ଘର ଜଣକ ନାଁରେ ତ ଖାତା ଆଉ କାହା ନାଁରେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ୱଚ୍ଛତା ଆଣିବାକୁ ଲିଖିତ ପ୍ରତିଶ୍ରୁତି ମିଳିଲେ ହିଁ ଆଗକୁ ପିଏମ୍ଏୱାଇରେ ଘର ଯୋଗାଇ ଦିଆଯିବ ବୋଲି ସେ ରୋକ୍‌ଠୋକ୍‌ ଜଣାଇଛନ୍ତି । ଏମିତିକି ଆବାସ ଲୋଗୋକୁ ନେଇ ଚାଲିଥିବା ବିବାଦରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ଶୁଣାଇଛନ୍ତି ।

 

ସେପଟେ ପିଏମ୍ଏୱାଇ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଅମାତ୍ କହିଛନ୍ତି । ସବୁ ଘରେ ପିଏମ୍ଏୱାଇ ଲୋଗୋ ରହିଛି । ଏନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେପଟେ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ପରେ ଯୋଜନା । କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜାନ ଓ ରାଜ୍ୟର ବିଜୁ ପକ୍କାଘର ଯୋଜନା ଲାଗୁ ହୋଇଥିଲେ ମଧ୍ୟ ଏବେ ବି ରାଜ୍ୟରେ ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେଥିମଧ୍ୟରୁ ୨୧ ହଜାର ୨୩୯ ଜଣ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲାଗି ୱେଟିଂ ଲିଷ୍ଟରେ ଅଛନ୍ତି । ବିଧାନସଭାରେ ଏହି ତଥ୍ୟ ରଖିଥିଲେ ପଂଚାୟତିରାଜ ମନ୍ତ୍ରୀ । 

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍ ଟେମ୍ପରାରି କଲୋନୀର ଯୀଶୁଦାନ ଖିଲଙ୍କ ଘରର ମାଟି କାନ୍ଥ ଭାଙ୍ଗି ଆଁ କରିଛି । କେତେବେଳେ ବି ଗଳି ପଡ଼ିବ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ଦରଖାସ୍ତ ଦେଇଥିଲେ ବି ତାଙ୍କୁ ଘର ଖଣ୍ଡେ ମିଳୁନି । ମୟୂରଭଞ୍ଜ କପ୍ତିପଦା ବ୍ଲକ୍ ତାଳସାହି ଗ୍ରାମର ଭିନ୍ନକ୍ଷମ ଶ୍ୟାମସୁନ୍ଦର ମୁର୍ମୁଙ୍କ ଘର ସ୍ତ୍ରୀ ଓ ତିନି ପିଲାଙ୍କୁ ନେଇ ଜରି ପାଲ ତଳେ ତାଙ୍କ ଜୀବନ ବିତୁଥିଲେ ବି ପକ୍କା ଘର ଖଣ୍ଡେ ଲାଗି ସମସ୍ତଙ୍କୁ ଗୁହାରି କରି କରି ବିଫଳ ହୋଇଛନ୍ତି ଶ୍ୟାମସୁନ୍ଦର ।

ରିପୋର୍ଟର- ମାନସ ପାଣି, ରତ୍ନାକର ପ୍ରଧାନ, ଶିବାନନ୍ଦ ରାଉତ