• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କ ଉପରୁ ହଟିବ ସବୁ ମାମଲା । ଯୋଗୀ ଆଦିତ୍ୟନାଥ ନେଲେ ବଡ଼ ନିଷ୍ପତ୍ତି । ସ୍କ୍ରିନିଂ ଶେଷ ହେବା ମାତ୍ରେ ପ୍ରତ୍ୟାହାର ହେବେ କେସ୍‌ ।ଏଣିକି ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଲାଗିଥିବା ସବୁ ମାମଲା ଉଠିଯିବ । ଆଉ କୌଣସି ମାମଲା ସେମାନଙ୍କ ନାଁରେ ରହିବ ନାହିଁ। ଏବେ ପ୍ରତ୍ୟେକ ମାମଲାକୁ ସ୍କ୍ରିନିଂ କରାଯାଉଛି । ବାସ୍‌ ଏହାପରେ ମାମଲା ପ୍ରତ୍ୟାହାର ହେବ ବୋଲି ଯୋଗୀ କହିଛନ୍ତି । ଆଉ ଯୋଗୀଙ୍କ ଏହି ନିଷ୍ପତ୍ତିକୁ ସରଗରମ ହୋଇଛି ୟୁପି ରାଜନୀତି।

ଉତ୍ତର ପ୍ରଦେଶର ଯୋଗୀ ସରକାର ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେପଟେ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ହୋଇଥିବା ସମସ୍ତ ମାମଲାର ସ୍କ୍ରିନିଂ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ସ୍କ୍ରିନିଂ ସରିବା ମାତ୍ରେ ମାମଲା ପ୍ରତ୍ୟାହାର ହେବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ୟୁପିରେ ବିଜେପି ଦଳର ନେତାଙ୍କ ନାଁରେ ପୁଳାପୁଳା ମାମଲା ରହିଛି । ତେଣୁ ଏହାକୁ ନେଇ ଅନେକ ସମୟରେ ନାନା ହଇରାଣ ହେଉଛନ୍ତି ଦଳୀୟ ନେତା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର ।

 

ସେପଟେ ଯୋଗୀ ସରକାରଙ୍କର ଏମିତି ନିଷ୍ପତ୍ତିକୁ ପ୍ରବଳ ସମାଲୋଚନା କରିଛି ସମାଜବାଦୀ ପାର୍ଟି ଓ କଂଗ୍ରେସ । ଏହାକୁ ଉଭୟ ବିରୋଧୀ ଦଳ ଅସାମ୍ବିଧାନିକ ବୋଲି କହିଛନ୍ତି । ସମାଜବାଦୀ ପାର୍ଟିର ପ୍ରବକ୍ତା ଅନୁରାଗ ଭଦୋରିଆ କହିଛନ୍ତି ଯେ, ବିଜେପି ତାର ଅପରାଧୀକ ପ୍ରବୃତ୍ତି ରଖିଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଏଭଳି କରିବାକୁ ଯାଉଛି ।

ସେପଟେ କଂଗ୍ରେସ ପ୍ରବକ୍ତା ଅଂଶୁ ଅଶ୍ୱସ୍ଥି କହିଛନ୍ତି ଏହା ଆଇନ ବିରୋଧୀ । ମିଳିଥିବା ସୂଚନା ଅନୁସାରେ, ୟୁପିରେ ବିଜେପି ସରକାର ଆସିବା ପରେ ଅନେକାଂଶରେ ଅପରାଧ କମିଛି । ହେଲେ ଦଳୀୟ ବିଧାୟକଙ୍କ ନାଁରେ ମାମଲା ବଢିଛି । ତେଣୁ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର ।