• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଣିକି ପ୍ଲାଷ୍ଟିକ ଜରି ବଦଳରେ ପେଟ୍ରୋଲ ଓ ଡିଜେଲରେ ମିଳିବ ବଡ଼ ରିହାତି । ଯେଉଁମାନେ ପେଟ୍ରୋଲ ପମ୍ପରେ କ୍ଷୀର ଭଳି ପ୍ଲାଷ୍ଟିକ ଜରି ଦେବେ, ସେମାନଙ୍କୁ ତେଲ ଉପରେ ରିହାତି ମିଳିବ ବୋଲି ଜଣାପଡ଼ିଛି । ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ରାଜସ୍ଥାନର ଭିଲୱାରାର ଜଣେ ପେଟ୍ରୋଲ ପମ୍ପ ମାଲିକ ଏମିତି ନିଷ୍ପତ୍ତି ନେଇଛନ୍ତି, ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା । କାରଣ ପେଟ୍ରୋଲରେ ୧ ଟଙ୍କା ଓ ଡିଜେଲରେ ୫୦ ପଇସା ରିହାତି ଦେଉଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

ତେବେ ଏହି ରିହାତି ପାଇବାକୁ ହେଲେ ଆପଣ ବ୍ୟବହାର ପରେ ଫିଙ୍ଗିଦେଉଥିବା ଜରି ପେଟ୍ରୋଲ ପମ୍ପରେ ଜମା କରିବାକୁ ପଡ଼ିବ । ଏହାପରେ ସମ୍ପୃକ୍ତ ପମ୍ପ ପକ୍ଷରୁ ତେଲ ଉପରେ ସବସିଡି ମିଳିବ ବୋଲି କୁହାଯାଇଛି । ରାଜସ୍ଥାନର ଚିତ୍ତୋରଗଡ ପେଟ୍ରୋଲ ପମ୍ପର ମାଲିକ ଅଶୋକ କୁମାର ମୁଣ୍ଡାରା ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏପରି ନିଷ୍ପତ୍ତି ପଛରେ ଏକ ମହତ ଉଦ୍ଦେଶ୍ୟ ରହିଥିବା ଅଶୋକ କହିଛନ୍ତି । ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ସାମିଲ ହେଲା ପାଇଁ ଅଶୋକ ସମସ୍ତଙ୍କୁ ଅନୁରୋଧ ବି କରିଛନ୍ତି ।

ତେବେ ପେଟ୍ରୋଲ ପମ୍ପରେ ଜମା ହେଉଥିବା ଖାଲି କ୍ଷୀର ପ୍ୟାକେଟଗୁଡିକୁ ନେବାକୁ ସରସ ଡାଏରୀ ନିଷ୍ପତ୍ତି ନେଇଛି । ଭିଲୱାରା ଜିଲ୍ଲା କଲେକ୍ଟର ଆଶିଷ ମୋଦୀ କହିଛନ୍ତି, “ପେଟ୍ରୋଲ ପମ୍ପ ମାଲିକମାନେ ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ଏକ ପ୍ରସ୍ତାବ ଆଣିଛନ୍ତି । ଦୁଗ୍ଧ ପ୍ୟାକେଟ ଏବଂ ପାଣି ବୋତଲ ଉପରେ ରିହାତି ପ୍ରଦାନ କରିଛନ୍ତି । କିନ୍ତୁ ମୁଣ୍ଡାରା କହିଛନ୍ତି ଯେ, ପ୍ରାୟ ୭୦୦ଟି ଖାଲି କ୍ଷୀର ପ୍ୟାକେଟ ସଂଗ୍ରହ କରାଯାଇଛି । ତେବେ ଏମିତି ମହତ କାମ ପାଇଁ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।