ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।
ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଏପରି ଅବସ୍ଥା ରହିଥିବାରୁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ ଗାଁ ଲୋକେ । ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଗାଁକୁ ଯିବାକୁ ହେଲେ ଖଣ୍ଡେ ଦୂରରେ ଗାଡ଼ି ରଖିବାକୁ ପଡ଼ୁଥିଲା
ପ୍ରଚାର ସର୍ବସ୍ୱ ନବୀନ ସରକାର ଥରେ ଏହି ଅବହେଳିତ ଗାଁକୁ ଦେଖନ୍ତୁ । ଆଉ ପରଖନ୍ତୁ ନିଜ ବିକାଶର ସ୍ଥିତି ଏଠି କେମିତି । କିଏ ଜାଣେ କାଲି ଯଦି ଗୋଡ଼ି ଖସି କାହାର ଜୀବନ ଚାଲିଯାଏ । କିଏ ରହିବ ଉତ୍ତରଦାୟୀ? ନବୀନ ସରକାର ଆଖି ଖୋଲି ଏ ଚିତ୍ର ଦେଖନ୍ତୁ ଆଉ ଏ ରାସ୍ତା ସମସ୍ୟା କେବେ ଲାଘବ ହେବ ସେ ନେଇ ପ୍ରତିଶ୍ରୁତି ଦିଅନ୍ତୁ....
ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ ।
ଯାଜପୁର ଏସ୍ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।
ବୋରିଗୁମାରେ ୮ ବର୍ଷ ଧରି ମରାମତି ହେଉନି ରାସ୍ତା, ଲୋକେ ହିନସ୍ତା ।
୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l
ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।
ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।
୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ଶହ ଶହ ଲୋକେ ହଇରାଣ । ରାସ୍ତା ନଥିବାରୁ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ ।
ବର୍ଷା ଦିନ ଆସିଲେ ଗାଁକୁ ଯିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଯିଏ ଗାଁରେ ରହିଥାଏ ସିଏ ବାହାରିବାକୁ ବି ଚାହାନ୍ତି ନାହିଁ ।
ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି।
ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ ।
ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ ।
ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ରାସ୍ତା ସଂପ୍ରସାରଣ କାମ ଅଧପନ୍ତରିଆ ହୋଇପଡ଼ିଥିବା ବେଳେ ପ୍ରତିଦିନ ଦୁର୍ଘଟଣାରେ ଯାଉଛି ଅନେକ ଜୀବନ।
ନାମକୁ ମାତ୍ର ସ୍ମାର୍ଟ ସିଟି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲକୁ ଦେଖିଲେ ଅନୁମାନ କରିହେବ।
କାଳ ସାଜିଛି ଡାଇଭରସନ୍ ରୋଡ୍। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ।
ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ...ସ୍ଥିତି ଏମିତି ଯେ, ଡାକ୍ତର ବି ଉନ୍ନତ ଚିକିତ୍ସା ପାଇଁ କରୁନାହାନ୍ତି ରେଫର...
ଗାଁ ରାସ୍ତାରେ ବ୍ୟାପକ ଦୁର୍ନୀତି : ମିଳିମିଶି ଖାଇଦେଲେ ରାସ୍ତା ଟଙ୍କା
ମନଇଚ୍ଛା ରାସ୍ତା କରୁଛନ୍ତି ପୁଣି କେତେବେଳେ ଖୋଳିଦେଉଛନ୍ତି, ଚିନ୍ତାରେ ବୌଦ୍ଧବାସୀ
ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଅଧା ରାସ୍ତାରେ ପଡୁଥିବା ମାଲଡା ନଦୀରେ ନିର୍ମାଣଧୀନ ପୋଲ ଅଧଖଣ୍ଡିଆ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରି ନଥିଲା । ଫଳରେ ଗର୍ଭବତୀ ସୀତାଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚରରେ ବୋହି ବୋହି ୩ କିଲୋମୋଟର ଆଣି ମାଲଡା ନଦୀ ପାର କରିଥିଲେ ।
ଦିନେ ଏ ରାସ୍ତା ପିଚୁ ଥିଲା, ଏବେ କିନ୍ତୁ ସଂପୂର୍ଣ୍ଣ ବାଲି କାଦୁଅରେ ଭର୍ତ୍ତି। ସେଥିରେ ପୁଣି ମୁହୂର୍ତ୍ତକୁ ମୁହୂର୍ତ୍ତ ଦଉଡୁଛି ମାଳ ମାଳ ବାଲି ବୋଝେଇ ଟ୍ରକ୍। ଦୈନିକ ଘଟୁଛି ରାସ୍ତା ଦୁର୍ଘଟଣା। ଟିକିଏ ଏପଟ ସେପଟ ହେଲେ ଆକ୍ସିଡେଣ୍ଟ ନହେଲେ ଦିନ ରାତି ଧାଉଁଥିବା ଏଇ ବଡ଼ ବଡ଼ ବାଲି ବୋଝେଇ ହାଇୱା ତଳେ ଜୀବନ ଯିବ।
ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି । ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି । ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ ।