/odishatv-khabar/media/post_attachments/uploadimage/library/16_9/16_9_0/firing_1745725461.jpg)
firing
ପେହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ଚାଲିଛି ଫାୟାରିଂ। । LOCରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । LOCରେ ରାତିତମାମ ଗୁଳି ମାଡ଼ କରୁଛି ପାକିସ୍ତାନ। ଯାହାର ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା। ପାକ ଆର୍ମି ପୋଷ୍ଟରୁ ଗୁଳିମାଡ଼ ହେଉଥିବା ସୂଚନା ମିଳିଛି। ତୁତମାରି ଗଲି ଓ ରାମପୁର ସେକ୍ଟରରେ ଗୁଳିମାଡ଼ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।.
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର
ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ହୋଇଛି LOC। ଦିନରାତି ନିୟନ୍ତ୍ରଣ ରେଖାରେ ଚାଲିଛି ଉଭୟ ପଟୁ ଗୁଳିବର୍ଷା। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ମଧ୍ୟ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବି ଅଧିକ ସଜାଗ ହୋଇପଡ଼ିଛି ଭାରତୀୟ ସେନା।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ବଡ଼ କଥା ହେଲା, ନାଁ ଓ ଧର୍ମ ପଚାରି ଅଣ-ମୁସଲମାନ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏହି ପହଲଗାମ୍ ନରସଂହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହୋଇଛି କୁଟନୈତିକ ଯୁଦ୍ଧ । ଭାରତ ଅଟାରୀ-ୱାଘା ବର୍ଡର ବନ୍ଦ କରିବା ସହ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ଘୋଷଣା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)