/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690190385.jpg)
reconstruct road
କାଦୁଅ ପଚପଚ୍ ରାସ୍ତା । ରାସ୍ତାରେ ଗାଡ଼ି ତ ଦୂରର କଥା ପାଦରେ ଚାଲିବା ବି ମୁସ୍କିଲ୍ । ଦିନେ ନୁହେଁ କି ମାସେ ନୁହେଁ । ଗଲା ୧୦ ବର୍ଷ ହେଲା କାଦୁଅ ପଚପଚ୍ ରାସ୍ତାରେ ଯିବା ଆସିବା କରୁଛନ୍ତି ଭଦ୍ରକ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ୭ ନମ୍ବର ୱାର୍ଡବାସୀ ।
ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଏପରି ଅବସ୍ଥା ରହିଥିବାରୁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ ଗାଁ ଲୋକେ । ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଗାଁକୁ ଯିବାକୁ ହେଲେ ଖଣ୍ଡେ ଦୂରରେ ଗାଡ଼ି ରଖିବାକୁ ପଡ଼ୁଥିଲା ।
ଏହି ରାସ୍ତାରେ କୁନିକୁନି ପିଲାଙ୍କୁ ସ୍କୁଲ୍ ବି ଯିବାକୁ ପଡ଼େ । ଏମିତି କି ଗ୍ରାମଦେବତୀଙ୍କ ପାଖକୁ ଯାଇ ପୂଜା କରିପାରୁନାହାନ୍ତି ଲୋକେ । ରାସ୍ତା ସମସ୍ୟା ନେଇ ସରପଞ୍ଚଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ଗାଁଲୋକ ଗୁହାରି କରିଛନ୍ତି । ହେଲେ କେହି ଶୁଣିଲେନି । ସରପଞ୍ଚ ବଦଳିଗଲେଣି, ଜିଲ୍ଲାପାଳ ବି ବଦଳିଲେଣି କିନ୍ତୁ ରାସ୍ତାଟିଏ ହୋଇପାରିଲାନି ।
ଶେଷରେ ନିଜ ସମସ୍ୟା ନିଜେ ସମାଧାନ କରିବାକୁ ଅଣ୍ଟା ଭିଡ଼ିଲେ ଗାଁର ଯୁବକ । ରାସ୍ତା ସଫା କରିବା ସହ ପାଣି ନ ଜମିବା ପାଇଁ, ପାଖ ଗଡ଼ିଆରୁ ପଙ୍କ ସଫା କରିଛନ୍ତି । ଏପରିକି ଲୋକଙ୍କ ଯାଆ-ଆସ ପାଇଁ ରାସ୍ତାର ଅଳିଆ ଆର୍ବଜନା ସଫା କରିଛନ୍ତି । ତେବେ ଏହା ସ୍ଥାୟୀ ସମାଧାନ ହୋଇନଥିବାରୁ, ସବୁଦିନିଆ ରାସ୍ତା ଖଣ୍ଡେ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)