/odishatv-khabar/media/post_attachments/uploadimage/library/16_9/16_9_0/Terrorist_1745726923.jpg)
Terrorist
ଜାମ୍ମୁ- କଶ୍ମୀରର ପହଲଗାମରେ ହମଲା ପରେ ଉପତ୍ୟକାରେ ଆତଙ୍କୀ ତଲାସୀ ଅଭିଯାନ ଜୋରଦାର ଚାଲିଛି।ଆତଙ୍କବାଦୀଙ୍କ ଠିକଣା ଖୋଜି ଖୋଜି ଆକ୍ସନ ନେଉଛି ସେନା। ଏହାସହ ସ୍ଥାନୀୟ ଆତଙ୍କବାଦୀଙ୍କ ଘରକୁ ବିସ୍ପୋରଣ କରି ଉଡ଼ାଇ ଦେଉଛନ୍ତି ସୁରକ୍ଷାକର୍ମୀ।
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର
ଜାମ୍ମୁ- କଶ୍ମୀରର ଆଜି କି ଆତଙ୍କୀ ଘର ସୁରକ୍ଷା କର୍ମୀ ଉଡ଼ାଇ ଦେଇଥିବା ବେଳେ ଗତକାଲି ସନ୍ଧ୍ୟାରେ କୁପୱାରାର କାଲାରୁସରେ ଜଣେ ଆତଙ୍କୀର ଘରକୁ ବୋମା ପକାଇ ଉଡ଼ାଇ ଦିଆଯାଇଥିଲା। ମାତ୍ର ୩ ସେକେଣ୍ଡରେ ଧୂଳିସାତ ହୋଇଥିଲା। ଲକ୍ସର-ଏ-ତୋଇବାର ଆତଙ୍କବାଦୀ ଫାରୁକ ଅହମ୍ମଦର ଘର। ଜାତୀୟ ଗଣମାଧ୍ୟରେ ତାର ଘରକୁ ଧ୍ୱଂସ କରିବାର ଭିଡିଓ ପ୍ରସାରଣ ହେଉଛି। ସେହିପରି ଆଜି ଆତଙ୍କବାଦୀ ଅଦନାନ ଶଫିଙ୍କ ଘର ସହ ଆଉ କିଛି ଆତଙ୍କୀ ଘର ଧ୍ୱଂସ କରିଛି ସୁରକ୍ଷା କର୍ମୀ।
ପହଲଗାମ୍ ଆକ୍ରମଣ ପରେ ଘାଟିରେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ୧୦ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣ କରି ଉଡ଼ାଯାଇଛି। ଏବେ ସୁରକ୍ଷାବାହିନୀ ଟାର୍ଗେଟରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଓ ଲୁଚାଇ ରଖୁଥିବା ସ୍ଥାନୀୟ ଆତଙ୍କବାଦୀ। କାଶ୍ମୀରରୁ ଇକୋ-ସିଷ୍ଟମକୁ ଧ୍ୱଂସ କରିବା ପାଇଁ ଗଳିରୁ ଗଳି, ଡୋର୍ ଟୁ ଡୋର୍ ସର୍ଚ୍ଚ ଅପରେସନ୍ ଚାଲିଛି। ଅନନ୍ତନାଗ, ରାଜୌରୀ, କଠୱା, ପୁଞ୍ଚ୍ ଆଦି ଜିଲ୍ଲାର ଏକାଧିକ ସମ୍ବେଦନଶୀଳ ଅଞ୍ଚଳକୁ ଘେରାବନ୍ଦୀ କରି ଜାରି ରହିଛି ଚଢ଼ାଉ। ଗତକାଲି ୬୦ଟି ସ୍ଥାନରେ ରେଡ୍ କରିଥିଲେ ସୁରକ୍ଷାବାହିନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)