Advertisment

ରାଜପଥ ଲମ୍ବିଛି ଯମପୁରକୁ: ଏଇ ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି ଲୋକେ, ଚାଲି ଯାଉଛି ଜୀବନ

କାଳ ସାଜିଛି ଡାଇଭରସନ୍‌ ରୋଡ୍‌। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ।

author-image
Rajalaxmi Sahoo
Road Problem

Road Problem

କାଳ ସାଜିଛି ଡାଇଭରସନ୍‌ ରୋଡ୍‌। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ରାସ୍ତାରେ ଅଧିକ ବେଗରେ ଗାଡ଼ି ଗୁଡିକ ମଧ୍ୟ ଚଳପ୍ରଚଳ କରୁଛି। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ମଇତାପୁରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ରୋଡରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୩ ବର୍ଷ ବିତିଲାଣି ତଥାପି କାମ ସରିବାର ନାଁ ଧରୁନି। ଏହି ରାସ୍ତାରେ ୧ ଘଣ୍ଟାର ଯାତ୍ରା ଏବେ ତିନି ଘଣ୍ଟା ଲାଗୁଛି।

Advertisment

ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ କେଉଁଠି ଆଣ୍ଠୁଏ ଖାଲ ତ କେଉଁଠି ୨ କିଲୋମିଟର ନ ଯାଉଣୁ ରହିଛି ଡାଇଭରସନ ରୋଡ୍‌। ଏହି ଜାତୀୟ ରାଜପଥର ମଇତାପୁର ଠାରୁ ବାଲେଶ୍ୱର ଯିବା ରାସ୍ତାରେ ରହିଛି ପ୍ରାୟ ୧୫ଟି ଡାଇଭରସନ ରୋଡ୍‌ ରହିଛି। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ଯାଉଥିବା ଦେଖିବାକୁ ମିଳୁଛି। ବ୍ରିଜଗୋପାଳ କନଷ୍ଟ୍ରକ୍ସନ ଏହି ରାସ୍ତା ନିର୍ମାଣ ଠିକା ନେଇଛି। ତେବେ ରାସ୍ତା ନିର୍ମାଣ କାମକୁ ୩ ବର୍ଷ ବିତିଥିଲେ ସୁଦ୍ଧା କାମ ସରିବ କଣ ଅଧା ମଧ୍ୟ ହୋଇନାହିଁ।

Advertisment

ରାସ୍ତାରେ ଅଧିକ ବେଗରେ ଗାଡ଼ି ଗୁଡିକ ଚଳପ୍ରଚଳ କରୁଛି। ଏହାସହ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଭୟଭୀତ କରୁଛନ୍ତି। ଏହି ରାଜପଥ ଦେଇ କଟକ ବଡ ମେଡିକାଲକୁ ଯିବାକୁ ଗୋଟିଏ ମାତ୍ର ମୁଖ୍ୟ ରାସ୍ତା। ବାଲେଶ୍ୱର,ସୋର,ସିମୁଳିଆ ଅଞ୍ଚଳରେ ରହିଥିବା ଲୋକେ ରୋଗୀଙ୍କୁ ନେବା ଆଣିବା କରିବାରେ ଅସୁବିଧା ଭୋଗୁଛନ୍ତି। ଏହି ରାସ୍ତାର ମରାମତି ଲାଗି ସୋର ବିଧାୟକ ପର୍ଶୁରାମ ଧଡ଼ା, ଜିଲ୍ଲାପାଳଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଚିଠି ଲେଖିଥିଲେ। ହେଲେ ଫଳ ଶୂନ। ଶେଷରେ କୌଣସି ପଦକ୍ଷେପ ନ ନିଆଯିବାରୁ ଆନ୍ଦୋଳନ କରିବାକୁ ବିଧାୟକ ଚେତାବନୀ ଦେଇଛନ୍ତି।

Road Problem
Advertisment
Advertisment