Advertisment

ରାତାରାତି ଗଡ଼ବଡ଼: ବୁଧବାର ରାତିରେ ରାସ୍ତା କାମ, ଗୁରୁବାର ସକାଳୁ ଉଠିଗଲା ପିଚୁ

ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି।

author-image
Rajalaxmi Sahoo
Poor road condition of Link Road to Badambadi

Poor road condition of Link Road to Badambadi

ବୁଧବାର ରାତିରେ ରାସ୍ତା କାମ ହେଲା, ଆଉ ଗୁରୁବାର ସକାଳୁ ଉଠିଗଲା ପିଚୁ। ୧୨ ଘଣ୍ଟା ମଧ୍ୟରେ କଟକ ଲିଙ୍କ୍ ରୋଡ୍‌-ବାଦାମବାଡ଼ି ରାସ୍ତାରୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି।  ଗୋଟିଏ ରାତିରେ କଟକର ପ୍ରବେଶପଥ କୁହାଯାଉଥିବା ଏହି ରାସ୍ତାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି। ଏହି ଦୃଶ୍ୟ ଦେଖିଲେ ସହଜରେ ଅନୁମାନ କରିହେବ ଯେ,  କେତେ ନିମ୍ନମାନର କାମ ହୋଇଛି।ପିଚୁ ବଦଳରେ କେବଳ ଗୋଡ଼ି ପକାଯାଇ ରାସ୍ତା କାମ କରାଯାଇଥିଲା। ଆଉ ଗୋଟିଏ ଝଡ଼ବର୍ଷା ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା। 

ଏବେ ପିଚୁ ସମ୍ପୂର୍ଣ୍ଣ ଉଠିଯାଇ ଥିବାରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଲୋକେ ଗାଡ଼ି ଚଲାଇବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗୋଡ଼ି ଉପରେ ଗାଡ଼ି ଖସି ଦୁର୍ଘଟଣା ମଧ୍ୟ ଘଟୁଛି। 

Advertisment

ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ରାସ୍ତା କିଏ ନିର୍ମାଣ କରିଥିଲା, ତାହା ମଧ୍ୟ ସିଏମ୍‌ କର୍ତ୍ତୃପକ୍ଷ ଜାଣି ନଥିଲେ। ଶେଷରେ ମେୟର ସୁବାସ ସିଂ ନିଜେ ବୁଝାସୁଝା ଏବଂ ଖୋଳତାଡ଼ କରିବା ପରେ ଜାଇକା ହିଁ ରାସ୍ତା ମରାମତି କରିଥିବା ଜଣାପଡ଼ିଥିଲା। ଏହାପରେ ମେୟର ତାଗିଦ୍ କରିବା ସହ ତାଙ୍କ ବିରୋଧରେ ଏତଲା ଦେବା ପାଇଁ କହିବାରୁ ଜାଇକା କର୍ତ୍ତୃପକ୍ଷ ତୁରନ୍ତ କାମ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

ଯଦି କଟକ ମହାନଗର ନିଗମରେ ରାସ୍ତା କାମରେ ଏଭଳି ଘୋଟାଲା ହେଉଛି, ତେବେ ଉପାନ୍ତ ଅଞ୍ଚଳରେ କିଭଳି ଚାଲିଥିବ ପିଚୁ କାମ, ତାହା ସହଜରେ ଅନୁମାନ କରି ହେଉଥିବ।

Road Problem Road Problem In Cuttack
Advertisment
Advertisment