ଗମନାଗମନ ବାଧାପ୍ରାପ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଫନି ବାତ୍ୟା ପରଠାରୁ ସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଛି ।
ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା.. ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ.. ଜନତା ସଫା ସଫା ଶୁଣାଇଦେଇଛନ୍ତି.. ରୋଡ୍ ନାହିଁ ତ ଭୋଟ୍ ବି ନାହିଁ.
ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ।
ବାଉଁଶ ପୋଲ ଉପରେ ନିର୍ଭରଶୀଳ ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । କଲଭର୍ଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସମ୍ପୁର୍ଣ୍ଣ ରାସ୍ତାକୁ ନେଇ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଧ୍ୟ ହେଇ ବାଉଁଶର ପୋଲ ଉପରେ ଗାଁ ଲୋକମାନେ ନିର୍ଭର କରି ରହିଛନ୍ତି ।
ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି ।
ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାକୁ ଯେଉଁଠି ପିଚୁ କମ୍ ମାଟି ଅଧିକ ଦେଖିବାକୁ ମିଳୁଛି। ଆପଣ ଦେଖୁଥିବା ଏ ରାସ୍ତା ହେଉଛି ରାୟଗଡରୁ ଭବାନୀପାଟଣା ଯାଉଥିବା ୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା।
ସରକାରୀ ଉଦାସିନତା ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ଖାଲ ଖାମ ଓ ପାଣି ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଥିବାବେଳେ ନାକେଦମ ହେଉଛନ୍ତି ଗାଡି ଚାଳକ। ବାରମ୍ବାର ଅଭିଯୋଗ ପରେ ବି ହେଉନି ରାସ୍ତା ମରାମତି
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ। କହିଲେ, ଗାଁକୁ ଆଗେ ରାସ୍ତା କର ତା ପରେ ମୁଁ ବିବାହ କରିବି।
ପ୍ରଥମେ ରାସ୍ତା କାମ କର , ପରେ ମୁଁ ବିବାହ କରିବି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏମିତି କିଛି ଭିନ୍ନ ଡିମାଣ୍ଡ ରଖିଲେ ଯୁବତୀ। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କର୍ଣ୍ଣାଟକ ଡାଭେଙ୍ଗେର ଜିଲ୍ଲାର ଏଚ୍ ରାମପୁରା ଗାଁର ବାସିନ୍ଦା ବିନ୍ଦୁ ଆର.ଡି
ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ
ବଡ଼ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡ଼ିକ ବିପଦଜନକ ଭାବେ ଯାଆସ କରୁଛି। ଯାତ୍ରୀ ମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନାହିଁ। ଫଳରେ ଖରା ବର୍ଷାରେ ପିଲାଛୁଆ ଧରି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ପାଇଁ ସର୍ବନିମ୍ନ ମୌଳିକ ଅଧିକାର ନିମନ୍ତେ ଶୌଚାଳୟ ଟିଏ ନଥିବାରୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।
ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା