• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

୫ ଟି ଗାଁକୁ କାଳ ସାଜିଛି ଦୀର୍ଘ ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ପାଞ୍ଚଟି ଗାଁର ଲୋକେ ବର୍ଷା ଦିନ ଆସିଗଲେ ଆରମ୍ଭ ହୋଇଯାଏ ସଂଘର୍ଷ । ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ କେତେକ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଉଥିବା ବେଳେ ଆଉ କେତେକ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ।

କାଦୁଅ ପଚପଚ ପାହାଡିଆ ରାସ୍ତା, ଗାଡିମୋଟର ତ ଦୂରର କଥା, ଚାଲି ଚାଲି ଯିବାକୁ ମଧ୍ୟ କଷ୍ଟ । ବର୍ଷା ଦିନ ଆସିଗଲେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଏ। ଏ ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପଲୋଡା ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କ ସମସ୍ୟା । ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଏହି ପଞ୍ଚାୟତର ଦିଗୁ ଭତ୍ରାପଲ୍ଲୀ, ନାଗୁଲୁୱାଲସା, ଜୟକଟା, ତାଡିଙ୍ଗି ବାଲ୍ସା, ଚିକାଟିଲଭା ଗ୍ରାମବାସୀଙ୍କୁ ବର୍ଷା ଦିନେ ପ୍ରାୟ ପାଞ୍ଚରୁ ସାତ କିଲୋମିଟର ଚାଲି ଚାଲି ଯିବାକୁ ପଡେ । ସିଲାବାଡ଼ିଠାରୁ ଜୟକଟା ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ମାଟି ରାସ୍ତା ।

ବର୍ଷା ଦିନ ହୋଇଗଲେ ଏହି ରାସ୍ତାରେ ଯାତାୟତ ଏକପ୍ରକାର କଷ୍ଟକର ବ୍ୟାପାର । ଗାଁକୁ ଆମ୍ବୁଲାନ୍ସ ଯିବା କଷ୍ଟକର । ରାସ୍ତା ପାଇଁ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଏପରିକି ଶିକ୍ଷକ ଓ ଅଙ୍ଗନଓ୍ୱାଡ଼ି କର୍ମୀ ଏହି କାଦୁଅ ପଚପଚ ରାସ୍ତାରେ ଚାଲି ଚାଲି ଯାଇ ସେବା ଯୋଗାଉଥିବା ଦେଖିବାକୁ ମିଳିଛି । ଏନେଇ ବନ୍ଧୁଗାଁ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ।