ନାମକୁ ମାତ୍ର ସ୍ମାର୍ଟ ସିଟି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲକୁ ଦେଖିଲେ ଅନୁମାନ କରିହେବ।
Published By: Rajalaxmi Sahoo
Last updated: 08 May 2022, 03:14 PM IST
ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନେ ଏହି ଅସ୍ଥାୟୀ ପୋଲ୍ ଦେଇ ଯା’ଆସ କରୁଛନ୍ତି।
ଛୋଟ ଛୁଆଟି ସାଇକେଲ ଧରି ବିପଦ ସଙ୍କୁଳ ପୋଲ ଅତିକ୍ରମ କରୁଛି।
କେତେବେଳେ କ’ଣ ଅଘଟଟ ଘଟିବ, ତାହା କେହିବି ଜାଣି ନାହାନ୍ତି। ତଥାପି ଜୀବନକୁ ପାଣି ଛଡ଼ାଇ ଲୋକମାନେ ଏହି ପୋଲ ଦେଇ ଯା’ଆସ କରୁଛନ୍ତି।
ରାତି ପାହିଲେ ସ୍ଥାନୀୟ ଲୋକ ଏହି ପୋଲ ଦେଇ ଯା’ଆସ କରୁଛନ୍ତି। ଦେଖନ୍ତୁ, କିଭଳି ଭାବେ ଜଣେ ମହିଳା ଓ ଛୋଟ ଛୁଆଟି ପୋଲ ଉପରେଚାଲି ଚାଲି ଯାଉଥିବା ବେଳେ ୨ ଜଣ ବାଇକ୍ ଚାଳକ ମଧ୍ୟ ବାଇକ୍ ନେଇ ଯାଉଛନ୍ତି।
ବାଇକ୍ ଚାଳକ ପରିବାର ଲୋକଙ୍କୁ ନେଇ ବିପଦ ସଙ୍କୁଳ ପୋଲ ଦେଇ ଅତିକ୍ରମ କରୁଛନ୍ତି।