ଜୀବନବ୍ୟାପି ଭିକ୍ଷା ମାଗି ବ୍ୟାଙ୍କରେ ରଖିଥିବା ଟଙ୍କାଙ୍କୁ ସେ ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି।
ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
କେନ୍ଦୁଝର ପୁରୁଣା ସହରର ସିଦ୍ଧମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କର ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ପାଳନ ହୋଇଛି। ଆଜି ଅତି ଭକ୍ତିପୁତ ପରିବେଶରେ ଓ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଆଜି ୭୫ କିସମର ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲାଗି ହୋଇଛି । ଏହି ବ୍ୟଞ୍ଜନ ମଧ୍ୟରେ କେନ୍ଦୁଝର ପ୍ରସିଦ୍ଧ ଖେଚୁଡି , ଦଳା ଖେଚୁଡି, ମାଳେଇ ଖେଚୁଡି , କପୁରକେଳି , ମୋଡା ବଡି ସହ ଆରିସା , କାକରା , ବାଟ , କନ୍ଧ ଖିରି , ଝିଲି , କ୍ଷୀରପୁଳି , ବୃନ୍ଧି ଲଡ଼ୁ , ଖସା ଲଡ଼ୁ , ନଡିଆ କୋରା , କାନିକା ଆଦି ଅନେକ ପ୍ରକାର ବ୍ୟଞ୍ଜନ
ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ... ସାଢ଼େ ୫ ମିନିଟ୍ର ଭିଡିଓରେ ଅଛି ନୀଳଚକ୍ରଠୁ ନେଇ ସିଂହଦ୍ୱାର ପର୍ଯ୍ୟନ୍ତ ଦୃଶ୍ୟ
୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।
ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ସେ ନେଇ ପ୍ରଶ୍ନ ଉଠିଛି।
ସ୍ତମ୍ଭ ଚାରିପାଖେ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ ରଖାଗଲା।
କାଳିଆ ଭାବରେ ଗୋଟିଏ ମାସ ବନ୍ଧା ପଡ଼ିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ିବାକୁ ଚାହୁଁନି ମନ । ଜଗା ସହ ବନ୍ଧନର ସେ ମୋହ ତୁଟାଇବାକୁ ଟିକିଏ ବି ଇଛା ନାହିଁ । ହେଲେ ଚାହୁଁ ଚାହୁଁ କାର୍ତ୍ତିକ ଶେଷ ହେବା ପରେ ଏବେ ଘର ବାହୁଡ଼ା ସମୟ । ଧର୍ମମାସ କାର୍ତ୍ତିକରେ ପୁରୀ ଶ୍ରୀକ୍ଷେତ୍ରରେ ମାସେବ୍ୟାପୀ ଭଜନ, କୀର୍ତ୍ତନ, ଜଣାଣ ଓ ନିଷ୍ଠାର ସହ ବ୍ରତ, ଉପାସନା ପରେ ଆଜି ପୁରୀ ଛାଡ଼ିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ହଜାରରୁ ଅଧିକ ହବିଷ୍ୟାଳୀ ।
କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା ।
ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ।
ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି।
ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ।
ବଡ଼ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ଚଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ଜନ୍ମନୀତି ସମ୍ମନ୍ନ ହେବ।
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ।
ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା
ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି।
ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।